ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ରାଜ୍ୟରେ ଏଣିକି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି’

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଏଭଳି ସ୍ଥଳେ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି’ । କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ ।ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ଓଡିଆ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ବଢାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି’। କେବଳ ହଷ୍ଟେଲ ଫି ଦେଇ ଛାତ୍ରଛାତ୍ରୀ ମାନେ ପାଠ ପଢିପାରିବେ । ପୂର୍ବରୁ ପ୍ରଥମ ବର୍ଷ ଆଡମିଶନ ବାବଦରେ ଛାତ୍ରଛାତ୍ରୀଙ୍କୁ ୩ ହଜାରରୁ ୪ ହଜାର ଟଙ୍କା ଦେବାକୁ ପଡୁଥିଲା । ପରବର୍ତ୍ତୀ ଦୁଇବର୍ଷ ଲାଗି ରି-ଆଡମିଶନ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ଲେଖାଁଏ ଦେଉଥିଲେ ଛାତ୍ରଛାତ୍ରୀ । ଏବେ ଓଡିଆ ଅନର୍ସ ନେଇ ପାଠ ପଢିଲେ କୌଣସି ଦେୟ ଦେବାକୁ ପଡିବ ନାହିଁ ।

କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ। ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି। କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଫି’ ଛାଡ କରାଯାଇଛି। ସାର୍ଟିଫିକେଟ ଏବଂ ମାର୍କସିଟ୍ ପାଇଁ ଆବଶ୍ୟକ ହେଉଥିବା ଫି’ ମଧ୍ୟ ଛାଡ଼ କରାଯାଇଛି। ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭାଷାବିତ୍।। ଏହାକୁ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସହ ଭାଷାବିତ୍ ସ୍ବାଗତ କରିଛନ୍ତି।

Related Posts