ମୁଁ ରାଷ୍ଟ୍ରପତି ଦୌଡରେ ନାହିଁ ଏପରିକି ରାଷ୍ଟ୍ରପତି ପ୍ରାର୍ଥୀ ମଧ୍ୟ ନୁହେଁ:ଶରଦ ପାୱାର

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦେଶର ନୂଆ ରାଷ୍ଟ୍ରପତି କିଏ ହେବ ସେ ନେଇ ବର୍ତ୍ତମାନ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ସେପଟେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ବିଚାର କରୁଛନ୍ତି। ଏପରିକି ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏହା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ଶରଦ ପାୱାର ଏକ ବିବୃତ୍ତି ଦେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ତେବେ ମୁଁ ରାଷ୍ଟ୍ରପତି ଦୌଡରେ ନାହିଁ। ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ ବୋଲି କହିଛନ୍ତି । ଶରଦ ପାୱାର ଏନସିପି କ୍ୟାବିନେଟ ବୈଠକରେ ଏପରି କହିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଏନସିପି ସଭାପତି ଶରଦ ପାୱାରଙ୍କ ନାମ ଅନେକ ଥର ଚର୍ଚ୍ଚା ହୋଇଛି। କିନ୍ତୁ ସମୟ ସମୟରେ ଶରଦ ପାୱାର ଏହାକୁ ଅସ୍ବୀକାର କରି ନିଜ ଇଚ୍ଛାରୁ ମୁହଁ ଫେରାଇ ନେଇଛନ୍ତି। କିନ୍ତୁ ତାଙ୍କ ନାମର ଆଲୋଚନା ଜାରି ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ଏବଂ ଡିଏମକେ ପରେ ବର୍ତ୍ତମାନ ଶିବସେନା ମଧ୍ୟ ଶରଦ ପାୱାରଙ୍କ ନାମରେ ରାଜି ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts