କଂଗ୍ରେସରେ ଯଦି ଇଚ୍ଛା ନାହିଁ ତାହାଲେ ଆପରେ ଯୋଗ ଦିଅନ୍ତୁ: ଆପ ମୁଖ୍ୟ ଗୋପାଳ ଇତିଲିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ଦଳ କଂଗ୍ରେସକୁ ନେଇ ବୟାନ ଦେଇ ଏଇ କିଛିଦିନ ହେବ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ବେଶ ଚର୍ଚ୍ଚାରେ ରହିଛନ୍ତି । ସେପଟେ କଂଗ୍ରେସ ଛାଡ଼ିବେ କି ହାର୍ଦ୍ଦିକ ? ଏପରି କହିବାର ମୂଳ କାରଣ କଣ ? କଂଗ୍ରେସ ଛାଡ଼ି କେଉଁ ଦଳରେ ମିଶିବେ ହାଦ୍ଦିକ ? ଆପରେ ମିଶିବେକି ହାର୍ଦ୍ଦିକ ? ଏପରି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି । ଏହା ମଧ୍ୟରେ ଗୁଜୁରାଟ ଆପ ଦାୟିତ୍ୱରେ ଥିବା ଆପ ନେତା ଗୋପାଳ ଇତାଲିଆ ତାଙ୍କୁ ଏକ ବମ୍ପର ଅଫର ଦେଇଛନ୍ତି । ତେବେ ଗୋପାଳ ଇତାଲିଆ କହିଛନ୍ତି, ‘ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସକୁ ପସନ୍ଦ କରନ୍ତି ନାହିଁ, ତେବେ ସେ ଆପ ପରି ଏକ ବିଚାରସମ୍ପନ୍ନ ଦଳରେ ଯୋଗଦେବା ଉଚିତ୍। କଂଗ୍ରେସରେ ଅଭିଯୋଗ କରିବା ଏବଂ ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ଯୋଗଦାନ କରିବା ଉଚିତ୍। କଂଗ୍ରେସ ପରି ଏକ ଦଳରେ ତାଙ୍କ ପରି ଉତ୍ସର୍ଗୀକୃତ ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ।

ସେପଟେ ଗୋଟିଏ ଦିନ ପୂର୍ବରୁ ହାର୍ଦ୍ଦିକ ପଟେଲ ଅଭିଯୋଗ କରିଥିଲେ ଯେ ଦଳର ରାଜ୍ୟ ନେତୃତ୍ୱ ତାଙ୍କୁ ହଇରାଣ କରୁଛନ୍ତି ଏବଂ ରାଜ୍ୟ କଂଗ୍ରେସ ନେତାମାନେ ସେ ଦଳ ଛାଡ଼ନ୍ତୁ ବୋଲି ଚାହୁଁଛନ୍ତି। ହାର୍ଦ୍ଦିକ ପଟେଲ ରାଜ୍ୟ ନେତୃତ୍ୱ ଉପରେ ନିଜର କ୍ରୋଧ ପ୍ରକାଶ କରି କହିଥିଲେ ଯେ ତାଙ୍କୁ ଏପର୍ୟ୍ୟନ୍ତ ସ୍ପଷ୍ଟ ଭାବେ ଦାୟିତ୍ୱ ଦିଆଯାଇ ନାହିଁ। ଏ ସଂକ୍ରାନ୍ତରେ ସେ ବହୁବାର କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts