ଯଦି ପୁଣିଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତାହାଲେ ମୁଁ ୟୁପି ଛାଡ଼ିଦେବି: ମୁନୱାର ରାନା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତକ ଦଳ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ସେପଟେ ଦଳମାନେ ନିଜର ପ୍ରଚାର ମଧ୍ୟ ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପ୍ରସିଦ୍ଧ ଶାୟର ମୁନୱାର ରାନା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ ସେ ଉତ୍ତରପ୍ରଦେଶ ଛାଡ଼ିଦେବେ । ତାଙ୍କର ଏହି ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରିକି ଟ୍ୱିଟରରେ ମଧ୍ୟ ମୁନୱାର ରାନା ଟ୍ରେଣ୍ଡ କରିବାରେ ଲାଗିଛି । ଏହା ସହ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ସେଠାକାର ମାହୋଲ ବେଶ ଖରାପ ଥିଲା । ହେଲେ ଯଦି ଯୋଗୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତାହାଲେ ସେ ଦିଲ୍ଲୀ ନହେଲେ କୋଲିକତା ଯିବେ ।

କାହିଁକିନା ତାଙ୍କ ପୂର୍ବପୁରୁଷମାନେ ପାକିସ୍ତାନ ଯାଇନାହାନ୍ତି । ତେଣୁ ସେ ଦିଲ୍ଲୀ ନହେଲେ କୋଲିକତା ଯିବେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ତାଙ୍କର ଏପରି ବିବୃତ୍ତି ପରେ ସେ ବହୁତ ଟ୍ରୋଲ ହେବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ ବରଂ ଲୋକମାନେ ଉତ୍ତରପ୍ରଦେଶ ନିର୍ବାଚନରେ କେବଳ ହିନ୍ଦୁ, ମୁସଲମାନ ଓ ଜିନ୍ନାଙ୍କ ନାମରେ ଭୋଟ ଦେବେ ନାହିଁ । କେଉଁ ଦଳ ପ୍ରଦେଶ ପାଇଁ କଣ କରିଛି, ତାହା ହିଁ ଦେଖିକି ଭୋଟ ଦେବେ । ଯଦି ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସନ୍ତି ତାହାଲେ ମୁସଲମାନ ଅନେକ ସମସ୍ୟାରେ ଗତି କରିବେ ବୋଲି ପ୍ରସିଦ୍ଧ ଶାୟର ମୁନୱାର ରାନା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏହା ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts