ଗୁଜୁରାଟରେ ସରକାରକୁ ଆସିଲେ ମାର୍ଚ୍ଚ ୧ରୁ ମାଗଣା ବିଦ୍ୟୁତ ଯୋଗାଇ ଦେବୁ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଗୁଜୁରାଟ ଗସ୍ତରେ ଅଛନ୍ତି। ଏହି ଅବସର କେଜ୍ରିୱାଲ କିଛି ପ୍ରତିଶ୍ରୁତି ଦେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ, ଗୁଜୁରାଟରେ ଆପ୍ ସରକାର ଆସିଲେ ମାର୍ଚ୍ଚ ୧ରୁ ମାଗଣା ବିଦ୍ୟୁତ ମିଳିବ। କେଜ୍ରିୱାଲ କହିଛନ୍ତି, “ଗୁଜୁରାଟରେ ଆମର ସରକାର ଗଠନ କରନ୍ତୁ, ଆପଣ ମାର୍ଚ୍ଚ ୧ ରୁ ମାଗଣା ବିଦ୍ୟୁତ୍ ପାଇବେ। ଜନସାଧାରଣଙ୍କୁ ମାଗଣାରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମିଳିବ। ୧୮ ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା, ଯଦି ଘରେ ୩ଟି ଝିଅ ଥାଆନ୍ତି ତେବେ ମାସକୁ ୩୦୦୦ ଟଙ୍କା ଦିଆଯିବ।”

ଏହି ଗସ୍ତ ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ଗୁଜୁରାଟରେ ଆପ ସରକାର ଗଠନ କଲେ ଭଲ ଓ ମାଗଣା ଚିକିତ୍ସା ଯୋଗାଇ ଦେବ। ଯଦି ସେମାନଙ୍କ (ବିରୋଧୀ) ଘରେ କେହି ଅସୁସ୍ଥ ହୁଅନ୍ତି, ତେବେ ସେମାନେ ଲଣ୍ଡନ ଆମେରିକା ଯାଇ ଚିକିତ୍ସା କରନ୍ତି ଓ ଯଦି ଆମେ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା କରୁ, ତେବେ ଆମେ ମାଗଣା ପ୍ରତିଶ୍ରୁତି ଦେଉଛୁ ବୋଲି ଅଭିଯୋଗ କରୁଛନ୍ତି। ଦେଶରେ ବଢୁଥିବା ଦରଦାମ୍ ପାଇଁ ସମସ୍ତେ ଚିନ୍ତିତ। ଯଦି ଚିକିତ୍ସା ମାଗଣା ହୁଏ, ଯଦି ବିଦ୍ୟୁତ୍ ଦେୟ ମୁକ୍ତ ହୁଏ, ତେବେ ଆରାମ ମିଳିବନି କି? ବୋଲି ଉପସ୍ଥିତ ଜନସାଧାରଣଙ୍କୁ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

Related Posts