ଯଦି ସାଧାରଣ ଲୋକ ଚାହାଁନ୍ତି ତାହାଲେ ମୁଁ ନିଶ୍ଚିତ ଭାବରେ ରାଜନୀତି କରିବି: ରବର୍ଟ ବାଦ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ବାଦ୍ରାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏଥର କୌଣସି ବ୍ୟବସାୟ କାରଣରୁ ନୁହଁ ବରଂ ସକ୍ରିୟ ରାଜନୀତିକୁ ପ୍ରବେଶ କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରବର୍ଟ ବାଦ୍ରା । ଏନେଇ ସେ ବଡ଼ ବୟାନ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଯେ ଯଦି ସାଧାରଣ ଲୋକ ଚାହାଁନ୍ତି, ତେବେ ମୁଁ ସକ୍ରିୟ ରାଜନୀତିକୁ ଆସିପାରେ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶିଳ୍ପପତି ଜ୍ୱାଇଁ ରବର୍ଟ ବାଦ୍ରା କହିଛନ୍ତି । ସେପଟେ ମଧ୍ୟପ୍ରଦେଶ ଗସ୍ତ ସମୟରେ ଦେଇଥିବା ଏକ ସାକ୍ଷାତକାରରେ ବାଦ୍ରା ଏହା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜନୀତିକୁ ବୁଝିପାରୁଛି ଏବଂ ଯଦି ଲୋକମାନେ ଚାହାଁନ୍ତି ଯେ ମୁଁ ସେମାନଙ୍କ ପ୍ରତିନିଧିତ୍ୱ କରିବି ।

ଯଦି ମୁଁ ସେମାନଙ୍କ ପାଇଁ କୌଣସି ପରିବର୍ତ୍ତନ ଆଣିପାରିବି, ତେବେ ମୁଁ ନିଶ୍ଚିତ ଭାବରେ ଏହି ପଦକ୍ଷେପ ଗ୍ରହଣ କରିବି। ଉଜ୍ଜୟିନୀର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ସହ ଅନ୍ୟାନ୍ୟ ମନ୍ଦିରରେ ପୂଜା କରିବା ପରେ ବାଦ୍ରା କହିଛନ୍ତି ଯେ ମୁଁ ୧୦ ବର୍ଷରୁ ଅଧିକ ସମୟ ଧରି ସେବା କାର୍ୟ୍ୟରେ ନିୟୋଜିତ ଅଛି ଏବଂ ଏହା ଜାରି ରଖିବି। ସୋନିଆ ଗାନ୍ଧୀଙ୍କ ୫୩ ବର୍ଷୀୟ ଜ୍ବାଇଁ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ରାଜନୀତିରେ ପ୍ରବେଶ କରନ୍ତି ତେବେ ସେ ସାଧାରଣ ଲୋକଙ୍କ ସେବା କରିପାରିବେ। ସେହିପରି ଇଭିଏମ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ ଇଭିଏମକୁ ନେଇ ଲୋକଙ୍କ ମନରେ ଯେଉଁ ସନ୍ଦେହ ଅଛି ଯଦି ତାହାକୁ ଦୂର କରାଯାଏ ତେବେ ଦେଶରେ ନିର୍ବାଚନ ଫଳାଫଳ ବହୁତ ଅଲଗା ଆସିବ ବୋଲି ରବର୍ଟ ବାଦ୍ରା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts