‘ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବାକୁ ପସନ୍ଦ କରିବି’; ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ କହିଲେ ଶିବରାଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଚୟନ କରିବା ପରେ ପଦ ଛାଡିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଏହାପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ‘ମୁଁ ବିନମ୍ରତା ସହ କହୁଛି ଯେ ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିଯିବାକୁ ପସନ୍ଦ କରିବି । ଏଥିପାଇଁ ମୁଁ ମନା କରିଥିଲି ଯେ ଦିଲ୍ଲୀ ଯିବିନାହିଁ ।ବରଂ ପାର୍ଟି ମୋତେ ଯାହା ଦାୟିତ୍ବ ଦେବ ଏଠାରେ ରହି ତାହା କରିବି ‘ ।

ସେ ଆହୁରି ମଧ୍ୟ କହିଛନ୍ତି ଆଜି ଯାଏଁ ନିଜ ପାଇଁ କିଛି ନିଜେ ନିଷ୍ପତ୍ତି ନେଇ ନଥିଲି କି ନେଇନାହିଁ । ଯାହା ବି କରିଛି ଦଳର ନିଷ୍ପତ୍ତି ଅନୁସାରେ କରିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେବଳ ଗୋଟିଏ ଦାବି ରଖିଛି । ‘ମୋତେ ଗଛ ଲଗାଇବାକୁ ଦିଅନ୍ତୁ ମୋ ପାଇଁ କିଛି ଜମି ଉପଲବ୍ଧ କରାନ୍ତୁ ‘।

ଏହାସହିତ ଶିବରାଜ ସିଂ ଚୌହ୍ବାନ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ବିଧାନସଭାର ବାଚସ୍ପତି ପଦ ତୁଲାଇବେ ସେଥିପାଇଁ ତାଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ସିବରାଜ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବରେ ବିଜେପି ସରକାର ସବୁ ଅଧୁରା କାମ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବ । ତାଙ୍କୁ ସହଯୋଗ କରିବାକୁ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା ଅବସରରେ ସେ କହିଛନ୍ତି ମୋତେ ଖୁସି ଲାଗୁଛି ଯେ ୨୦୨୩ରେ ବିଜେପି ରାଜ୍ୟରେ ବହୁମତରେ ସରକାର ଗଠନ କରିଛି । ଏହି କିଛି ବର୍ଷ ମଧ୍ୟରେ ନିଜ ସାମର୍ଥ୍ୟ ଓ କ୍ଷମତା ବଳରେ ରାଜ୍ୟ ବିକାଶରେ ସହଯୋଗ କରିଛି । ନୂଆ ସରକାର ଖୁବଶୀଘ୍ର ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ଯାଉଛି । ୨୦୨୩ରେ କେନ୍ଦ୍ର ଯୋଜନା ଓ ଲାଡଲୀର ଯୋଗଦାନ ଫଳରେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ବାଜିମାତ କରିବା ସମ୍ଭବ ହୋଇପାରିଛି ।

Related Posts