ଓଡ଼ିଶାର ହକ ପାଇଁ ଯୁକ୍ତି ଉପସ୍ଥାପନ କରିବି: ସସ୍ମିତ ପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସଭା ପାଇଁ ବିଜେଡି ପକ୍ଷରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀଭାବେ ଚୟନ ହୋଇଛନ୍ତି ସସ୍ମିତ ପାତ୍ର । ଏହାକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ଶାଣିତ କରିବି । ଓଡ଼ିଶାର ହକ ପାଇଁ ଦିଲ୍ଲୀରେ ଯୁକ୍ତି ଉପସ୍ଥାପନ କରିବି । ମୋ ପରି ନବାଗତଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଆସ୍ଥା ସ୍ଥାପନ କରିଛନ୍ତି । ନବୀନଙ୍କ ବଳିଷ୍ଠ ନେତୃତ୍ୱରେ କାର୍ଯ୍ୟ ଜାରି ରଖିଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

ସେପଟେ ରାଜ୍ୟ ସଭା ନିର୍ବଚାନ ଲାଗି ବିଜେଡି ପକ୍ଷରୁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ସୁଯୋଗ ମିଳିଛି । ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ସୁଲତା ଦେଓ, ନିରଞ୍ଜନ ବିଷି ରହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts