ଫାଇଲ୍‌ ପାସ କରିବା ପାଇଁ ମୋ ପାଖକୁ ଆସିଥିଲା ୧୫୦ କୋଟି ଟଙ୍କାର ଅଫର: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲିକ

ନୂଆଦିଲ୍ଲୀ : ଚର୍ଚାରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‌ ମଲିକ | ତାଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ଆସିଛି ସଂଘିନ ଅଭିଯୋଗ | ଯାହାର ତଦନ୍ତ ଭାର ସମ୍ଭଳିଛି ସିବିଆଇ | ତେବେ ସେ ଏହି ତଦନ୍ତକୁ ସ୍ୱାଗତ କରିଥିବା କହିଛନ୍ତି | ମଲିକ କରିଥିବା ଅଭିଯୋଗ ଆଧାରରେ ସିବିଆଇ ଗତ ମାସରୁ ତଦନ୍ତ ଆରମ୍ଭ କରିଛି। ସତ୍ୟପାଲ କହିଥିଲେ, ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିବା ବେଳେ ୨ଟି ଫାଇଲ୍‌ ମୋର ବିଚାର ପାଇଁ ଅଣାଯାଇଥିଲା। ଜଣେ ସଚିବ ମତେ କହିଥିଲେ, ଯଦି ମୁଁ ଏହାକୁ ଅନୁମୋଦନ କରିବି ତେବେ ପ୍ରତି ଫାଇଲ୍‌ ପାଇଁ ୧୫୦ କୋଟି ମିଳିବ। କିନ୍ତୁ ମୁଁ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ କହିଥିଲି ଜମ୍ମୁ କାଶ୍ମୀରକୁ ମୁଁ ୫ଟି କୁର୍ତ୍ତା ପାଇଜାମା ନେଇ ଆସିଛି ଏବଂ ତାକୁ ଧରି ଫେରିବି। ଏହି ଲାଞ୍ଚ ଅଫର୍‌ ନେଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲି ବୋଲି ମଲିକ କହିଛନ୍ତି ।

ଯେଉଁ ଦୁଇଟି ଫାଇଲ୍‌ ପାଇଁ ଲାଞ୍ଚ ପ୍ରସ୍ତାବ ଆସିଥିଲା ସେଥିରେ ଆରଏସ୍‌ଏସ୍‌ ନେତା ଏବଂ ଦେଶର ଜଣେ ଶୀର୍ଷ ଶିଳ୍ପପତି ସଂପୃକ୍ତ ବୋଲି ସେ କହିଛନ୍ତି। ସତ୍ୟପାଲ ଆଜି କହିଛନ୍ତି, ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇବା ପରେ ଦୁର୍ନୀତକୁ ନେଇ କୌଣସି ସା‌ଲିସ କରାଯିବ ନାହିଁ ଏବଂ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସତ୍ୟପାଲ୍‌ କହିଛନ୍ତି, ମୁଁ ୨ଟି ଯାକ ଡିଲ୍ ବାତିଲ କରିଦେଇଛି। ଏବେ ମୋ ବିରୋଧରେ ଲାଞ୍ଚ କାରବାର ନେଇ ଆସିଥିବା ଅଭିଯୋଗର ତଦନ୍ତ ଯଦି ସିବିଆଇ କରିବ ସେଥିପାଇଁ ମୁଁ ପ୍ରସ୍ତୁତ ବୋଲି ମଲିକ କହିଛନ୍ତି। ଏଥିସହ ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିର୍ତ୍ତିହୀନ |

Related Posts