ମୁଁ ଗୁଜୁରାଟକୁ କୌଣସି ଦଳକୁ ସମାଲୋଚନା କରିବାକୁ ଆସି ନାହିଁ ବରଂ ଗୁଜୁରାଟକୁ ଜିତାଇବାକୁ ଆସିଛି: କେଜ୍ରିୱାଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟିର ବିଜୟ ପରେ ବର୍ତ୍ତମାନ ଫୋକସରେ ଗୁଜୁରାଟ । ଏନେଇ ଆଜି ଅରବିନ୍ଦ କେଜ୍ରିୱାଲ ଓ ଭଗୱନ୍ତ ମାନ ଗୁଜୁରାଟ ଗୃରେ ଅଛନ୍ତି । ଏହା ମଧ୍ୟରେ ଅହମଦାବାଦରେ ପହଞ୍ଚି ସାବରମତି ଆଶ୍ରମକୁ ବୁଲିବାକୁ ଯାଇଥିଲେ ଉଭୟ ନେତା । ହାପରେ ସେଠାରେ ଏକ ତ୍ରିରଙ୍ଗା ଯାତ୍ରା ନାମରେ ରୋଡ୍ ଶୋ କରିଥିଲା ଆପ୍। ଏହି ରୋଡ୍ ଶୋକୁ ସମ୍ବୋଧନ କରି କେଜରିୱାଲ ଗୁଜୁରାଟବାସୀଙ୍କୁ ଥରେ ଆପ୍କୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ବିଜେପି ଏଠାରେ ୨୫ ବର୍ଷ ହେଲା କ୍ଷମତାରେ ରହିଲାଣି। କିନ୍ତୁ ଭ୍ରଷ୍ଟାଚାରକୁ ଅଟକାଇ ପାରିଲା ନାହିଁ ବୋଲି ସେ କହିଛନ୍ତି। ରାଲିରେ ସେ କହିଛନ୍ତି “ ମୁଁ ଏଠିକି କୌଣସି ଦଳକୁ ସମାଲୋଚନା କରିବାକୁ ଆସି ନାହିଁ। କି ବିଜେପି ଓ କଂଗ୍ରେସକୁ ପରାସ୍ତ କରିବାକୁ ଆସି ନାହିଁ। ମୁଁ ଏଠି ଗୁଜୁରାଟକୁ ଜିତାଇବାକୁ ଆସିଛି।

ଆମେ ଗୁଜୁରାଟ ଓ ଗୁଜୁରାଟବାସୀ ବିଜୟ ଆଣିଦେବୁ। ଆମେ ଗୁଜୁରାଟ୍ରେ ଭ୍ରଷ୍ଟାଚାର ଦୂର କରିବୁ।” ବିଜେପିକୁ ଗର୍ବୀ କହି କେଜରିୱାଲ କହିଛନ୍ତି “୨୫ ବର୍ଷ ହେଲା କ୍ଷମତାରେ ରହିବା ପରେ ବର୍ତ୍ତମାନ ବିଜେପି ଗର୍ବୀ ହୋଇଯାଇଛି। ସେମାନେ ଲୋକକଙ୍କ କଥା ଶୁଣୁ ନାହାନ୍ତି। ତେଣୁ ପଞ୍ଜାବ ଓ ଦିଲ୍ଲୀବାସୀଙ୍କୁ ଭଳି ଏଠି ଆମ୍ ଆଦ୍ମୀ ପାର୍ଟିକୁ ଥରେ ସୁଯୋଗ ଦିଅନ୍ତୁ। ଆଉ ଯଦି ଆମେ ଆପଣଙ୍କ ପସନ୍ଦର କାମ ନ କଲୁ ତେବେ ଆମକୁ ଆଗାମୀ ବର୍ଷରେ ବଦଳେଇ ଦେବେ। ଆମ ଆଦ୍ମୀ ପାର୍ଟିକୁ ଆପଣ ଥରେ ସୁଯୋଗ ଦେବେ ଆପଣ ସବୁ ଦଳକୁ ଭୁଲିଯିବେ।” ସେହିପରି ରାଲିକୁ ସମ୍ବୋଧନ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଗୁଜରାଟ ପାଳି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts