ମୁଁ ଭାରତ ବିରୋଧୀ ନୁହେଁ: ଜଣେ ଅଶିକ୍ଷିତ ବ୍ୟକ୍ତି କୌଣସି ଦେଶ ପ୍ରତି ବିରୁଦ୍ଧାଚରଣ କରିପାରେ: ଇମ୍ରାନ୍‌ ଖାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାବାଦ୍‌ରେ ଆୟୋଜିତ ପାକିସ୍ତାନ୍‌ର ଦରିଆପାରି ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଭାରତ କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତି ମୁଁ ଭାରତ, ଆମେରିକା ଅଥବା ବ୍ରିଟେନ୍‌ ବିରୋଧୀ ନୁହେଁ |

ସେ ଆହୁତି କହିଛନ୍ତି ଜଣେ ବ୍ୟକ୍ତି କୌଣସି ଦେଶର ବିରୁଦ୍ଧାଚରଣ କରେ ନାହିଁ | କେବଳ ଜଣେ ଅଶିକ୍ଷିତ ବ୍ୟକ୍ତି କୌଣସି ଦେଶ ପ୍ରତି ବିରୁଦ୍ଧାଚରଣ କରି ପାରେ | ଏହାର କାରଣ ହେଉଛି, ଗୋଟିଏ ଦେଶରେ ଅନେକ କିସମର ଜନସାଧାରଣ ରହିଥାଆନ୍ତି । ଆମେ ଦେଶମାନଙ୍କ ନୀତିର ବିରୋଧ କରୁ।

ସେ ଆହୁରି ମଧ୍ୟ କହିଛନ୍ତି, ଶରିଫ୍‌ ଏବଂ ଜର୍ଦାରିଙ୍କର ଲଜ୍ଜା ନ ଥିଲା। ଗତ ୧୦ ବର୍ଷରେ ଅନେକ ଥର ଡ୍ରୋନ୍‌ ଆକ୍ରମଣ ହୋଇଛି। ଆପଣମାନଙ୍କର ଅନ୍ତତଃ କହିବା ଉଚିତ ଥିଲା ଯେ, ବିଶ୍ବର କୌଣସି ଆଇନ କାହାକୁ ବିଚାରପତି, ବିଚାକାରୀ ଦଳ ଏବଂ ମୃତ୍ୟୁଦାତା ଭୂମିକା ନିର୍ବାହ ପାଇଁ ଅନୁମତି ଦିଏ ନାହିଁ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଖାନ୍‌ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧନକୁ ଟାର୍ଗେଟ କରିଛନ୍ତି | ମୋ ବିରୋଧରେ ଏକଜୁଟ ହୋଇଥିବା ୩ଟି ବିରୋଧୀ ଦଳଙ୍କୁ ଧନ୍ୟବାଦ | ସେ କହିଥିଲେ ଲୋକେ ଏବେ ପିଆଜ ଓ ଟମାଟର୍‌ର ଦର କଥା ଭୁଲି ଗଲେଣି। ଦରଦାମ୍‌ ହ୍ରାସ ପାଇଁ ସେ ଏବଂ ତାଙ୍କ ଟିମ୍‌ ସର୍ବଦା ଚିନ୍ତା କରୁଛନ୍ତି। ମାତ୍ର ଏହି ତିନୋଟି ଦଳ କ’ଣ କରୁଛନ୍ତି ଲୋକେ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି।

ଏବେ ମୁଦ୍ରାସ୍ଫୀତି ଯୋଗୁଁ ଲୋକେ ଅସୁବିଧାରେ ଅଛନ୍ତି। କିନ୍ତୁ ବିରୋଧୀମାନେ ନିଜର ଦୁର୍ନୀତି କଥା ଭୁଲି ଲୋକମାନଙ୍କୁ ବିଭ୍ରାନ୍ତ କରାଉଛନ୍ତି। ତେଣୁ ୨୦୨୩ ସାଧାରଣ ନିର୍ବାଚନରେ ସେମାନଙ୍କର ପରାଜୟ ସୁନିଶ୍ଚିତ।

Related Posts