ମୁଁ ବି ଝିଅ, ମୁଁ ବି ଲଢ଼ିପାରିବି; ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କୁ ଟିକେଟ ମିଳିବା ପରେ କୁଲଦୀପ ସିଂହ ସେଙ୍ଗରଙ୍କ ଝିଅ ଭିଡଓ ଜାରି କରି ପ୍ରିୟଙ୍କାଙ୍କୁ ଏପରି କହିଲେ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ହେଲେ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଉନ୍ନାଓ ବଳତ୍କାର ପୀଡ଼ିତାଙ୍କ ମାଆଙ୍କୁ ଟିକେଟ ଦେଇଥିବାର କଥା ସାମ୍ନାକୁ ଆସିଥିଲା । ଏ ଖବର ସାମ୍ନାକୁ ଆସିବା ପରେ କଂଗ୍ରେସ ସାରା ଦେଶରେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେପଟେ ଉନ୍ନାଓରେ ବଳାତ୍କାର ପୀଡିତାଙ୍କ ମାଙ୍କୁ କଂଗ୍ରେସ ଟିକେଟ ଦେବା ମାତ୍ରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଝିଅ ଐଶ୍ୱର୍ଯ୍ୟା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ଭିଡିଓ ଜାରି କରି କରିଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଜଣେ ଝିଅ । ମୁଁ ମଧ୍ୟ ସତ୍ୟକୁ ସାମ୍ନାକୁ ଆଣିପାରିବି । ମୁଁ ବି ଯୁଦ୍ଧ କରିପାରିବି । ରାଜନୈତିକ ଦୃଷ୍ଟିକୋଣରୁ ଆପଣ ନେଇଥିବା ପଦକ୍ଷେପ ଆପଣଙ୍କୁ ହୁଏତ ବହୁତ ଭଲ ଲାଗିଥାଇ ପାରେ । ହେଲେ ମୁଁ ରଜନୀତି ତ ଜାଣିନାହିଁ କିନ୍ତୁ ସମାଜ ଆପଣଙ୍କୁ କେବିବେ କ୍ଷମା କରିବ ନାହିଁ । କାହିଁକିନା ଯେଉଁ ମାଆ-ଝିଅଙ୍କୁ ଆପଣ ଟିକେଟ ଦେଇଛନ୍ତି, ସେମାନଙ୍କ ଉପରେ ୪୨୦, ନକଲି ଟିକି ତିଆରି କରିବା ପାଇଁ କେଶ ବୁକ କରାଯାଇଛି ।
ଏପରିକି ବର୍ତ୍ତମାନ ସୁଦ୍ଧା ତାଙ୍କ ଜାମିନ ନାମୁଞ୍ଜର ହୋଇ ରହିଛି । ଯେଉଁ ପରିବାରକୁ ଆପଣ ଟିକେଟ ଦେଇଛନ୍ତି ଉକ୍ତ ପରିବାର ବିରୁଦ୍ଧରେ ଅନେକ କେଶ ଉନ୍ନଓରେ ରହିଛି । ଯେତେବେଳେ ମୋ ମାଆ ଟିକେଟ ପାଇଥିଲେ ସେତେବେଳେ ଆପଣଙ୍କୁ ତୁମ ପାର୍ଟିର ସମସ୍ତ ଧର୍ମ ଓ ଅଧର୍ମ ଦେଖାଯାଇଥିଲା । କେବଳ ଏତିକି ନୁହେଁ ବରଂ ପ୍ରିୟଙ୍କା ଗାନ୍ଧୀ ଏହି ମାମଲାରେ ସମୟକୁ ତିନିଥର ବଦଳାଇଥିଲେ । ପ୍ରଥମେ ଅପରାହ୍ନ ଦୁଇଟାରେ, ପରେ ସନ୍ଧ୍ୟା ୬ ଟାରେ ଏବଂ ପରେ ରାତି ଆଠଟା । ଏହା ସତ୍ୟ ଯେ ସେହି ସମୟରେ ମୋ ବାପାଙ୍କ ଲକେସନ ୧୭ କିଲୋମିଟର ଦୂରରେ ଥିବା ତାଙ୍କ ଉନ୍ନାଓ ଅଫିସରେ ମିଳିଥିଲା ।

ମୋ ବାପା ନାର୍କୋ ପରୀକ୍ଷା ପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ସେ ନାର୍କୋ ପରୀକ୍ଷାକୁ ମନା କରିଦେଇଥିଲେ । ଆଜି ବି ମୁଁ ସମସ୍ତଙ୍କ ସାମ୍ନାରେ କହୁଛି ଯେ ଯଦି ମୋ ବାପା ତାଙ୍କ ଆଡକୁ ଆଖି ଉଠାଇଥିବାର ଗୋଟିଏ ମାତ୍ର ପ୍ରମାଣ ଅଛି । ତାହାଲେ ମୋର ପୁରା ପରିବାରକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍ । ଏକ ପରିବାରକୁ ନଷ୍ଟ କରିଥିବା ରାଜନୀତିକୁ ଉନ୍ନଓ କେବେ ଗ୍ରହଣ କରିବ ନାହିଁ । ଆପଣ ଏହାର ଫଳାଫଳକୁ ୧୦ ମାର୍ଚ୍ଚରେ ମଧ୍ୟ ଦେଖିବେ । ଉନ୍ନାଓର ଆଶୀର୍ବାଦ ମୋ ସହିତ ଥିଲା ଏବଂ ସର୍ବଦା ରହିବ ବୋଲି କୁଲଦୀପ ସିଂ ସେଙ୍ଗରଙ୍କ ଝିଅ ଐଶ୍ୱର୍ଯ୍ୟା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କହିଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts