ମଣ୍ଡିରେ ପଡିଛି ଶହ ଶହ କୁଇଣ୍ଟାଲ ଧାନ ଚାଷୀଙ୍କ ଟୋକନ ଲାପ୍ସ ବର୍ଷା ଯୋଗୁଁ ଧାନ ଓଜନ ଓ ଉଠାଣ ଠପ, ଚିନ୍ତାରେ ଚାଷୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରବି ଫସଲରେ ଚାଷୀମାନେ ଠିକ ସମୟରେ ଧାନ ଅମଳ କରିଥିଲେ ସୁଦ୍ଧା ବର୍ତ୍ତମାନ ମଣ୍ଡିରେ ଏ ଯାଏଁ ବିକ୍ରୀ କରିପାରିଲେ ନାହିଁ । ଫଳସ୍ୱରୁପ କଳାହାଣ୍ଡି ଜିଲ୍ଲାର ଚାଷୀ ମାନେ ଏବେ ଘୋର ସମସ୍ୟାରେ ପଡି ରହିଛନ୍ତି ।ଗତ ଦୁଇ ଦିନ ହେଲା ଝିପି ଝିପି ବର୍ଷା ଯୋଗୁଁ ମଣ୍ଡି ଗୁଡିକର ଧାନ ନ ଉଠି ପଡି ରହିଛି ।ବିଶେଷ କରି ଚିଲିଗୁଡା ମଣ୍ଡି ,ଚିଲକପୁର ,ରାଜପୁର , ଚାରଭାଟି ଏବଂ ଦାସିଗ। ମଣ୍ଡି ଗୁଡିକ ଖୋଲା ଆକାଶ ତଳେ ରହିଥିବା ବେଳେ ବର୍ଷା ଯୋଗୁଁ ଚାଷୀମାନ ବହୁତ ଅସୁବିଧାରେ ପଡୁଛନ୍ତି ।ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ତାରପୋଲି ନ ଗୋଡ଼।ଇ ଧାନକୁ ସୁରକ୍ଷିତ ଭାବରେ ରଖୁଛନ୍ତି ।କେତେକ ଚାଷୀଙ୍କ ପାଖରେ ତାରପୋଲିଂ ନ ଥିବାରୁ ଅନ୍ୟ ଚାଷୀଙ୍କୁ ମାଗି କି ମଧ୍ୟ ବର୍ଷାରୁ ଧାନ କୁ କିପରି ରକ୍ଷା କରାଯିବ ସେ ବ୍ୟବସ୍ଥା ଚାଷୀ ମାନେ କରୁଛନ୍ତି । ତଥାପି ମଣ୍ଡିରେ ଧାନ ଭିଜୁଛି ।ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିବା ଟୋକାନ ଲାପ୍ସ ହେବା ଆଦି ଚାଷୀଙ୍କୁ ଚିନ୍ତାରେ ପକାଉଛି ।ଚଳିତ ରବି ଋତୁରେ ଚାଷୀମାନେ ବହୁତ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।

କହିବାକୁ ଗଲେ କେତେକ ଚାଷୀଙ୍କ ମୋବାଇଲ କୁ ଧାନ ବିକ୍ରି ଓ ଶୀଘ୍ର ଧାନ ମଣ୍ଡିକୁ ଧାନ ନେବା ପାଇଁ ମେସେଜ ଆସିଥିବା ବେଳେ ମଣ୍ଡିକୁ ଗଲେ ତାହା ଦେଖା ଯାଉ ନାହିଁ ।ଏଭଳି ପରିସ୍ଥିତିରେ ଚାଷୀଙ୍କୁ ନାକେ ଦମ ହେବାକୁ ପଡୁଛି ।ବର୍ତ୍ତମାନ ମୌସୁମୀ ବର୍ଷା ଆସିବା ପୂର୍ବରୁ ଚାଷୀଙ୍କ ଧାନ ବିକ୍ରି ନ ହେଲେ ଅନେକ ଚାଷୀ କ୍ଷତିରେ ପଡିବେ ବୋଲି ଜଣାପଡିଛି ।ବର୍ତ୍ତମାନ ଚିଲକପୁର ମଣ୍ଡିରେ ୬୦ ଜଣ ଚାଷୀଙ୍କ ଟୋକାନ ଲାପ୍ସ ହୋଇଛି ।ଯାହାକୁ ଅନେକ ଦିନ ହେଲାଣି ତାହା ପ୍ରତ୍ୟାବର୍ତ୍ତନ ହୋଇପାରୁନାହିଁ ।୬୦ ଜଣ ଚାଷୀଙ୍କ ପ୍ରାୟ ୩୪୦୦ କୁଇଣ୍ଟାଲ ଧାନ ଟୋକାନ ଲାପ୍ସ ଯୋଗୁଁ ମଣ୍ଡିରେ ପଡିରହିଛି ।ତଥାପି ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନକୁ ରାତି ଦିନ ଜଗି ବସିଛି ।ଏଭଳି ପରିସ୍ଥିତି ଅନେକ ମଣ୍ଡିରେ ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ବର୍ଷା କମିଲେ ଧାନ ଉଠାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି ।ମଣ୍ଡି ମାନଙ୍କରେ ଗାଡି ଠିକ ସମୟରେ ନ ଆସିବା ସମସ୍ୟା ଲାଗି ରହିବା ଯୋଗୁଁ ମଧ୍ୟ ଧାନ ଉଠାଣ ଠିକ ସମୟରେ ହୋଇ ପାରୁନାହିଁ ।ଯାହା ଫଳରେ ଓଜନ ହୋଇଥିବା ଧାନ ମଧ୍ୟ ଯାଇ ପାରୁନାହିଁ । ଗତ କିଛି ଦିନ ତଳେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅନେକ ମଣ୍ଡିକୁ ଯାଇ ଚାଷୀମାନଙ୍କ ସମସ୍ୟା ଜାଣି ବାକୁ ଚାହିଁଥିଲେ । ଏହି ସମୟରେ ଚାଷୀମାନେ ଟୋକାନ ଲାପ୍ସ ଏବଂ ଶୀଘ୍ର ମଣ୍ଡିରୁ ଧାନ ଉଠାଣ କରିବା ପାଇଁ ଚାଷୀ ମାନେ ଅଭିଯୋଗ କରିଥିଲେ ।ଏବେବି ଚିଲିଗୁଡା ମଣ୍ଡି ,ଦାସିଗ। ,ରାଜପୁର ,ଚାର ଭାଟି ,ଚିଲକପୁର ,ବଣି ଜରା ମଣ୍ଡି ଗୁଡିକରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି ।

ଚାଷୀ ଯେତେ ଶୀଘ୍ର ମଣ୍ଡିରେ ଧାନ ବିକ୍ରି କଲେ ନିଜର ପରିବାର ପ୍ରତିପୋଷଣ କରିବା ସହ ସେହି ଟଙ୍କାରେ ଖରିଫ ଚାଷ କାମ ଆରମ୍ଭ କରି ପାରନ୍ତା ।ମାତ୍ର ତାହା ହୋଇ ପାରୁନାହିଁ ।ଅନେକ ଛୋଟ ବଡ଼ ଏବଂ ମଧ୍ୟମ ଚାଷୀ ମାନେ ମଧ୍ୟ ଏଯାଏଁ ମଣ୍ଡିରେ ଧାନ ବିକ୍ରି କରି ପାରି ନାହାନ୍ତି ।ମଣ୍ଡି ମାନଙ୍କରେ କଳାହାଣ୍ଡି ଜିଲ୍ଲା ପାଳ ,ଉପ ଜିଲ୍ଲାପାଳ ମଧ୍ୟ ବିଭିନ୍ନ ମଣ୍ଡିକୁ ପରିଦର୍ଶନ କରି  ଚାଷୀଙ୍କ ସମସ୍ୟା ଜାଣି ବାକୁ ଚାହୁଁଛନ୍ତି ଏବଂ ଏଜେଣ୍ଟ ଏବଂ ମିଲର୍ସ କୁ ଆବଶ୍ୟକ ପରିମାଣରେ ଗାଡି ପଠେଇବା ଏବଂ ଧାନ ଉଠ।ନ ପାଇଁ କହୁଛନ୍ତି ତଥାପି କିଛି କାମ ଦେଉ ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।କଉ ମଣ୍ଡିରେ ଦିନକୁ ଗୋଟିଏ ଗାଡି ଯାଉ ଥିବା ବେଳେ କଉ ମଣ୍ଡିକୁ ଦୁଇ ତିନିଟି ଗାଡି ଯାଉଛି ।ଯାହା ଫଳରେ ଧାନ ନ ଉଠି ମଣ୍ଡିରେ ପଡିରହୁଛି ।ଚାଷୀ ବାଧ୍ୟ ହୋଇ ରାତି ଦିନ ଖରା ବର୍ଷା ରେ ଧାନକୁ ଜଗି ବସିଛି ।ଏଣୁ ଚାଷୀଙ୍କ ସୁବିଧା ପାଇଁ ଲାପ୍ସ ହୋଇ ଥିବା ଟୋକାନ କୁ ଯଥା ଶୀଘ୍ର ପତ୍ୟାବର୍ତନ କରିବା  ଆବଶ୍ୟକ ମୁତାବକ ଗାଡି ମଣ୍ଡିକୁ ପଠେଇବା ଦିଗରେ ପ୍ରଶାସନ ଦୃଷ୍ଟି ଦେଲେ ମଣ୍ଡି ମାନଙ୍କରେ ପଡି ରହିଥିବା ଧାନ ଗୁଡିକ ଶୀଘ୍ର ଉଠି ପାରିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି । 

Related Posts