ବିବାଦ ପରେ ମୁହଁ ଖୋଲିଲେ ହ୍ୟୁମାନ ସାଗର: କହିଲେ ମୁଁ ନିଶ୍ଚିନ୍ତ ତାଙ୍କ ଗୀତ ଗାଇବି

ଭୁବନେଶ୍ବର: ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଆସିଛି ହତ୍ୟା ଧମକ ଅଭିଯୋଗ | ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଠି ଚର୍ଚା | ତାହା ପୁଣି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଗୀତ ପାଇଁ । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ତେବେ ଗତକାଲି ଦିନ ତମାମ ଏହି ଖବର ଶିରୋନାମାରେ ରହିବା ପରେ ଶେଷରେ ମୁହଁ ଖୋଲିଛନ୍ତି ହ୍ୟୁମାନ ସାଗର । ହ୍ୟୁମାନ କହିଛନ୍ତି କି, ମୁଁ ଏହିଭଳି ଭୁଲ୍‌ କରିନାହିଁ । ଯେଉଁମାନେ ମୋ ନାଁରେ ଏହିଭଳି ଅଭିଯୋଗ ଆଣିଛନ୍ତି ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ । ଯେଉଁଦିନ ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ମୋ ଭାଗ୍ୟରେ ଲାଗିବ, ସେ ଦିନ ମୋତେ କେହି ଅଟକାଇ ପାରିବେ ନାହିଁ।

ମୁଁ ନିଶ୍ଚିନ୍ତ ତାଙ୍କ ପାଇଁ ଗୀତ ଗାଇବି ଏବଂ ସେଦିନ ସାରା ଓଡିଶା ଝୁମିବ ବୋଲି ହ୍ୟୁମାନ କହିଛନ୍ତି ।

Related Posts