ହକି ଟିମ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କା ଅଛି ହେଲେ ଆଥଲେଟିକ୍ସ ପାଇଁ କିଛି ନାହିଁ; ସରକାରଙ୍କୁ ଟାର୍ଗେଟ କରି ପୋଷ୍ଟ କରିଥିବା ଏହି ଟ୍ୱିଟକୁ ଡିଲିଟ କରିଦେଲେ ଦୂତୀ ଚାନ୍ଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରଙ୍କୁ ଟାର୍ଗେଟ କରି ପୋଷ୍ଟ କରିଥିବା ଏହି ଟ୍ୱିଟକୁ ଡିଲିଟ କରିଦେଇଛନ୍ତି ଦୂତୀ ଚାନ୍ଦ । ହେଲେ ପରବର୍ତ୍ତୀ ସମୟରେ ସେ ସେହି ପୋଷ୍ଟଟିକୁ ଡିଲିଟ୍ କରିଦେଇଥିବା ଦେଖିବାକୁ ମିଳିଛି। ସ୍ୱଳ୍ପ ସମୟର ଅବଧି ଭିତରେ ଦୂତୀଙ୍କ ସହି ପୋଷ୍ଟ ଏବେ ଭାଇରାଲ୍ ହୋଇଯାଇଛି। ସେହି ପୋଷ୍ଟ ଏବେ ଫେସ୍ବୁକ୍ରେ ଘୂରି ବୁଲୁଛି। ଯାହାକୁ ନେଇ ସୋଶାଲ୍ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଛି। କିଛି ହକି ଖେଳ ପ୍ରେମୀ ଦୂତୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ତାହାହେଲେ ଏଠି ପ୍ରଶ୍ନ ଉଠୁଛି ଦୂତୀ କ’ଣ ପୋଷ୍ଟ କରିଛନ୍ତି ?

ଦୂତୀ ଚାନ୍ଦ ଆଜି ଫେସ୍ବୁକ ପୋଷ୍ଟରେ ଲେଖିଥିଲେ, ଓଡ଼ିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ। କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍କୁ ଧରି ନାଚୁ ଆନ୍ତୁ। ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ। ହକି ଟିମ୍ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି। କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏ ହକି ବାଡ଼ି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ୍ ବୋଲି ଦୂତୀ ତାଙ୍କ ପୋଷ୍ଟରେ ଲେଖିଥିଲେ।

Related Posts