ସାଧାରଣତଃ ହିନ୍ଦୁମାନେ କୌଣସି ଦଙ୍ଗାରେ ସାମିଲ ନଥାନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦଙ୍ଗା ସମ୍ପର୍କିତ ହିନ୍ଦୁ ମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ନିଜ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ସାଧାରଣତଃ ହିନ୍ଦୁମାନେ କୌଣସି ଦଙ୍ଗାରେ ସାମିଲ ନଥାନ୍ତି। ବିଜେପିର ଏଭଳି କିଛି ଆଭିମୁଖ୍ୟକୁ ନେଇ ତା ବିରୋଧରେ ଦୃଢ଼ ଅଭିଯୋଗ ପରେ ଅଭିଯୋଗ ହେଉଥିବା ବେଳେ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏପରି କିଛି କହିଛନ୍ତି।

ଦେଶର ଅଧିକାଂଶ ସାମ୍ପ୍ରଦାୟିକ ହିଂସା ପାଇଁ ଦଳକୁ ଦାୟୀ କରାଯାଉଥିବା ବେଳେ ଏବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଏବେ ପୁଣି ବିବାଦକୁ ଟାଣିପାରେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

କେବଳ ଏତିକି ନୁହେଁ ବରଂ କଂଗ୍ରେସରେ ବିତାଇଥିବା ରାଜନୈତିକ ସମୟ ଉପରେ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମନ୍ତବ୍ୟ ଦେଇଛନ୍ତି। ହିମନ୍ତ କହିଛନ୍ତି ଯେ ସେ ତାଙ୍କ ଜୀବନର ୨୨ବର୍ଷ କଂଗ୍ରେସରେ ନଷ୍ଟ କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହିତ ସାକ୍ଷାତକାର କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଲଭ ଜିହାଦ ଠାରୁ ଆରମ୍ଭ କରି ଆଫତାଫ ପୁନାୱାଲାଙ୍କ ଦ୍ୱାରା ଶ୍ରଦ୍ଧା ୱାକରଙ୍କ ହତ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ।

ଏନଡିଟିଭି ସହ କଥାବାର୍ତ୍ତା କରି ସିଏମ ହିମନ୍ତ ବିଶ୍ୱଶର୍ମା ତାଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେଇଛନ୍ତି। ଲଭ୍‌ ଜିହାଦର ଦାବିକୁ ପ୍ରଚାର କରିବା ଉପରେ ସେ କହିଛନ୍ତି, ଏକ ଷଡ଼ଯନ୍ତ୍ର ରହିଛି, ଯେଉଁଥିରେ ମୁସଲମାନ ପୁରୁଷମାନେ ହିନ୍ଦୁମାନଙ୍କୁ ଧୋକା ଦେଉଥିବା ଅଭିଯୋଗ ହୋଇଛି। ମହିଳାମାନେ ଇସଲାମ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।

Related Posts