BJB କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା: ପୋଲିସର ତଦନ୍ତ ରିପୋର୍ଟ ହସ୍ତାନ୍ତର ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ

ଭୁବନେଶ୍ବର: BJB କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଏଥିସହ ମାମଲାରେ ପୋଲିସର ତଦନ୍ତ ରିପୋର୍ଟ ହସ୍ତାନ୍ତର ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘ବିଜେବି ମହାବିଦ୍ୟାଳୟ କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଜଣାଉଛି । ଏହା ଏକ ସମ୍ବେଦନଶୀଳ ଘଟଣା । ଏହାର ପୋଲିସ୍ ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ।’

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ହଷ୍ଟେଲ ରୁମରୁ ରୁଚିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହି ଥିବାବେଳେ ପୋଲିସର ହସ୍ତଗତ ହୋଇଥିଲା ଏକ ସୁଇସାଇଡ ନୋଟ୍ । ସେ ସିନିୟରଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ।

Related Posts