ବୀରଭୂମ ହିଂସାକାଣ୍ଡ; ପୀଡ଼ିତମାନଙ୍କୁ ପ୍ରଥମେ ମାଡ଼ ଦିଆଯିବା ପରେ ଜୀବନ୍ତ ଦଗ୍ଧ କରାଯାଇଛି: ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୀରଭୂମ ହିଂସାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବୀରଭୂମ ହିଂସାରେ ମୃତ ଦେହର ଶବ ବ୍ୟବଚ୍ଛେଦ ପରେ ଫୋରେନସିକ୍ ପରୀକ୍ଷଣରୁ ଅନେକ ଜିନିଷ ସାମ୍ନାକୁ ଆସିଛି। ଜଣେ ଅଧିକାରୀ କହିଛନ୍ତି ଯେ ଫୋରେନସିକ୍ ବିଶେଷଜ୍ଞମାନେ ପୋଡିଯାଇଥିବା ଶବଗୁଡ଼ିକୁ ଯାଞ୍ଚ କରିଛନ୍ତି। ଏହା ପରେ, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ପୀଡିତମାନଙ୍କୁ ପ୍ରଥମେ ମାଡ ଦିଆଯିବା ପରେ ଜୀବନ୍ତ ଦଗ୍ଧ କରାଯାଇଥିଲା। ଏ ଖବରଟି ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣାରେ ଏପର‌୍ୟ୍ୟନ୍ତ ଅତି କମରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ଆମ ସରକାରକୁ ବଦନାମ କରିବା ପାଇଁ ବିଜେପି, ବାମପନ୍ଥୀ ଦଳ ଏବଂ କଂଗ୍ରେସର ଏହା ପ୍ରୟାସ ବୋଲି କହିଛନ୍ତି । ଏହା ସହ ଏହି ଘଟଣାରେ ସମ୍ପୃକ୍ତଥିବା ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସେପଟେ ବିରୋଧୀ ଏହି ଘଟଣାକୁ ନେଇ ରାଜନୀତିକରଣ କରିବାରେ ଲାଗିଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତୃଣମୂଳ ସରକାରଙ୍କୁ ବଦନାକ କରିବା ପାଇଁ ବିରୋଧୀ ବିଜେପି, ବାମପନ୍ଥୀ ଦଳ ଏବଂ କଂଗ୍ରେସ ଦଳ ଅନେକ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସେମାନେ ସେଥିରେ ବିଫଳ ହେଉଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି ।

Related Posts