ଆଗାମୀ ୩ ଘଣ୍ଟା ପ୍ରବଳ ବର୍ଷା; ଟୁଇନସିଟି ସମେତ ୩ ଜିଲ୍ଲାକୁ ୟେଲୋ ୱାର୍ନିଂ

 

ଭୁବନେଶ୍ୱର,୧୮/୯(ସତ୍ୟପାଠ ବ୍ୟୁରୋ):  ଆଜି ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗକେନ୍ଦ୍ର। ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି ହୋଇଛି। ଟୁଇନ ସିଟି ସମେତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ୱାର୍ନିଂ ଜାରି ହୋଇଛି।

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ ଥର ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ବୃଦ୍ଧିପାଇ ଗତକାଲି ମଧ୍ୟାହ୍ନରେ ବିପଦସଂକେତ ୧୦.୩୬ମିଟର ଟପି ରାତି ୮ଟା ୩୦ ସୁଦ୍ଧା ୧୧.୪ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ବନ୍ୟାଜଳ ଦୁଇ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ସହ ମୟୂରଭଞ୍ଜର କେତେକ ପଞ୍ଚାୟତରେ ଉଣା ଅଧିକେ ପାଣି ପ୍ରବେଶ କରିଛି।

Related Posts