ମୋବାଇଲ ଗେମକୁ ନେଇ ଜଘନ୍ୟ କାଣ୍ଡ: ଖେଳିବାକୁ ମନା କରିବାରୁ ମା’ଙ୍କୁ ଗୁଳି କରି ହତ୍ୟା କଲା ନାବାଳକ ପୁଅ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ନାବାଳକ ପୁଅ ନିଜ ମା କୁ ହତ୍ୟା କରିଛି | ସେ ପୁଣି ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି କରି | ମୋବାଇଲରେ ଗେମ ଖେଳିବାକୁ ମନା କରିବାରୁ ଏହି ଜଘନ୍ୟ କାଣ୍ଡ ଘଟାଇଛି ପୁଅ | ଖାଳି ସେତିକି ନୁହେଁ, ମୃତଦେହ ସହ ସେ ପ୍ରାୟ ୩ ଦିନ ନିଜ ସାନ ଭଉଣୀ ସହ ଗୋଟିଏ ଘରେ ସମୟ ବିତାଇଛି। ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ମୋବାଇଲ ଗେମ୍‌ର ଭୟବହତାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପୁଲିସ୍‌ କହିଛି ଯେ ଏହି ନାବାଳକ ଜଣଙ୍କ ୪୦ ବର୍ଷୀୟ ମା’ ସାଧନା ଓ ୯ ବର୍ଷର ସାନ ଭଉଣୀ ସହ ଲକ୍ଷ୍ନୌର ପିଆଜି ଅଞ୍ଚଳରେ ଥିବା ଆଲଡିକୋ କଲୋନୀରେ ରୁହନ୍ତି। ବାପା ଜଣେ ସେନା କର୍ମଚାରୀ ଓ ସେ କୋଲକାତାରେ ପୋଷ୍ଟିଂ ପାଇଛନ୍ତି। ନାବାଳକ ଜଣଙ୍କ ମୋବାଇଲରେ ସବୁଦିନ ଭଳି ରବିବାର ସନ୍ଧ୍ୟାରେ ମଧ୍ୟ ଗେମ୍‌ ଖେଳିବା ଆରମ୍ଭ କରିଥିଲା। କିନ୍ତୁ ସବୁବେଳେ ସେ ଗେମ ଖେଳୁଥିବାରୁ ସେଦିନ ମା’ ସାଧନା ତା’କୁ ଆକଟ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ନାବାଳକ ଜଣଙ୍କ ତୁରନ୍ତ ଘରେ ଥିବା ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣିଥିଲେ। ଏହାପରେ ସେ ମା’ଙ୍କ ଉପରୁ ଗୁଳି ଚଳାଇ ଦେଇଥିଲା। ଘଟଣା ସ୍ଥଳରେ ହିଁ ମାଙ୍କ ମୃତ୍ୟୁ ଘଟିଥିଲା |

Related Posts