ମହଙ୍ଗା ହେଲା ଏଚଡିଏଫସିର ହୋମ ଲୋନ: ବେଞ୍ଚମାର୍କ ଲୋନ ରେଟରେ ୦.୦୫ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : ଏଚଡିଏଫସି ନିଜର ହୋମ ଲୋନକୁ ବୃଦ୍ଧି କରିଛି । ଶସ୍ତା ହୋମ ଲୋନ ଯୋଗାଇଆସୁଥିବା ଏଚଡିଏଫସି ଏବେ ନିଜର ଲୋନ ବ୍ୟବସ୍ଥାକୁ ବୃଦ୍ଧି କରିଛି ।ଏଚଡିଏଫସି ଲିମିଟେଡ୍ ନିଜର ବେଞ୍ଚମାର୍କ ଲୋନ ରେଟରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। ଏହାପରେ କମ୍ପାନୀରୁ ଋଣ ନେଇଥିବା ବର୍ତ୍ତମାନର ଗ୍ରାହକଙ୍କ ମାସିକ କିସ୍ତି ମଧ୍ୟ ବୃଦ୍ଧି ପାଇବ। ରବିବାଠାରୁ ଏହି ନୂଆ ଦର ଲାଗୁ ହେବ। ତେବେ ନୂଆ ଗ୍ରାହକଙ୍କ ପାଇଁ ଦର ଅପରିବର୍ତ୍ତିତ ରହିବ। ଏଚଡିଏଫସିର ଲୋନ ରେଟରେ ଏହି ବୃଦ୍ଧି ଅନ୍ୟ ଋଣଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପର ଅନୁରୂପ ବୋଲି ଧରାଯାଉଛି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦା ନିଜର ଋଣ ହାର ବୃଦ୍ଧି କରିଥିଲେ।

ରବିବାର କମ୍ପାନୀ ଏକ ବୟାନ ଜାରି କହିଛି, ଏଚଡିଏଫସି ନିଜ ଗୃହ ଋଣରେ ନିଜ ଖୁଚୁରା ପ୍ରମୁଖ ଋଣ ହାରକୁ ମେ ୧ରୁ ୦.୦୫ ପ୍ରତିଶତ ବଢାଇଛି। ତେବେ ନୂଆ ଗ୍ରାହକଙ୍କ ପାଇଁ ସୁଧ ହାରରେ କୌଣସି ବୃଦ୍ଧି କରିନାହିଁ। ନୂଆ ଗ୍ରାହକଙ୍କ ପାଇଁ ସୁଧ ହାର ସେମାନଙ୍କ ଋଣ ଏବଂ ଅବଧି ହିସାବରେ ୬.୭୦ରୁ ୭.୧୫ ପ୍ରତିଶତ ରହିବ।

ଗତ ମାସରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ବୈଠକରେ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯିବା ପରେ ସୁଧ ହାର ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ବିକାଶକୁ ପ୍ରୋତ୍ସାହିତ କରିବା ସହା ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରଣନୀତି ପ୍ରସ୍ତୁତ କରିଛି। ଅତ୍ୟଧିକ ନମନୀୟ ମୁଦ୍ରା ନୀତି ଏବଂ ଅତିରିକ୍ତ ଚିକ୍ୱିଡିଟି କାରଣରୁ ଦୁଇ ବର୍ଷ ଧରି ସୁଧ ହାର ସବୁଠୁ ତଳ ସ୍ତରରେ ରହିଛି । ଏହାଦ୍ୱାରା ଋଣ ପ୍ରାଦନ କରୁଥିବା ଅନେକ କମ୍ପାନୀ ୬.୫ ପ୍ରତିଶତରେ ଘର ଲୋନ ଉପଲବ୍ଧ କରାଉଥିଲେ ।

Related Posts