ପରାମର୍ଶଦାତାଙ୍କୁ ବରଖାସ୍ତ କର, ନଚେତ ଦଳ ସିଦ୍ଧୁଙ୍କୁ ବରଖାସ୍ତ କରିବ: ହରିଶ ରାୱତ

harish rout

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ କଂଗ୍ରେସରେ ପ୍ରତ୍ୟେକ ଦିନ ନୂଆ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ବର୍ତ୍ତମାନ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ତେବେ ନବଜୋତ ସିଂ ସିଦ୍ଧୁ ତାଙ୍କ ପରାମର୍ଶଦାତାଙ୍କୁ ଖୁବଶୀଘ୍ର ବରଖାସ୍ତ କରନ୍ତୁ । ଯଦି ସେ ଏହା ନକରନ୍ତି ତାହାଲେ ଦଳ ତାଙ୍କୁ ବରଖାସ୍ତ କରିବ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏ କଥା ସାମ୍ନାକୁ ଆସିବା ପରେ ପଞ୍ଜାବ ତଥା ସାରା ଦେଶର ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଛି । ଅପରିପକ୍ଷେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ଦଳରେ ବିଦ୍ରୋହ ତେଜି ଉଠୁଥିବା ବେଳେ ହରିଶ ରାୱତଙ୍କ ଏପରି ବୟାନ ସାମ୍ନାକୁ ଆସିଛି ।

ଏହା ସହ ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ମନ୍ତବ୍ୟକୁ ଭୁଲ ମାନସିକତା ବୋଲି କହିଛନ୍ତି। କେବଳ ଏତିକି ନୁହେଁ ବରଂ ରାୱତ ଆହୁରି କହିଛନ୍ତି ଏହା ବିରୋଧ କରୁଥିବା ଶିବିରର ବିଷୟ ନୁହେଁ। ସମଗ୍ର ଦଳ ତଥା ରାଜ୍ୟ ମଧ୍ୟ ଏଥିରେ ଆପତ୍ତି କରିଛନ୍ତି। ଅପରିପକ୍ଷେ ସିଦ୍ଧୁଙ୍କ ପରାମର୍ଶଦାତାଙ୍କୁ ଦଳ ପକ୍ଷରୁ ନିଯୁକ୍ତ କରାଯାଇ ନାହିଁ । ବରଂ ତାଙ୍କୁ ସିଦ୍ଧୁ ନିଯୁକ୍ତ କରିଛନ୍ତି । ତେଣୁ ଖୁବଶୀଘ୍ର ସିଦ୍ଧୁ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ହରିଶ ରାୱତ କହିଛନ୍ତି ।

ଯଦି ସିଦ୍ଧୁ ଏପରି ନକରନ୍ତି ତାହାଲେ ସିଦ୍ଧୁଙ୍କୁ ଦଳ ବରଖାସ୍ତ କରିବ । ଯେଉଁମାନେ ଦଳକୁ ଲଜ୍ଜିତ କରନ୍ତି ସେଭଳି ଲୋକମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ ବୋଲି ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି । କିଛିଦିନ ପୂର୍ବରୁ ପଞ୍ଜାବର ଚାରିଜଣ ମନ୍ତ୍ରୀ, ବହୁ ବିଧାୟକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ବିଦ୍ରୋହ କରିଥିବାର କଥା ସାମ୍ନାକୁ ଆସିଥିଲା ।

Related Posts