ଆଜିଠୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’ ଅଭିଯାନ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ସବୁଆଡେ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଇତିମଧ୍ୟରେ ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଆରମ୍ଭ ହେବ। ଏହି ଅଭିଯାନ ଅନ୍ତର୍ଗତ ଦେଶର ୭୫ତମ ସ୍ବାଧିନତା ଦିବସ ଅବସରରେ ସମସ୍ତ ଦେଶ ବାସୀ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇବେ।

ସୂଚନା ଅନୁସାରେ, ‘ଆଜାଦିକା ଅମୃତ ମହୋତ୍ସବ’ ଅବସରରେ ସ୍ୱାଧିନତା ଦିବସକୁ ସ୍ୱତନ୍ତ୍ର କରିବାକୁ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି । ଦେଶର ସମସ୍ତ ନାଗରିକ ନିଜ ନିଜ ଘରେ ଓ ପ୍ରତିଷ୍ଠାନରେ ତ୍ରିରଙ୍ଗା ଉଡାଇବାକୁ ସରକାର ଅନୁରୋଧ କରିଛନ୍ତି । ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇବାକୁ ସରକାର ଅପିଲ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନରେ ଡାକ ବିଭାଗ ଏଥର ତ୍ରିରଙ୍ଗା ବିକ୍ରି କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ସେପଟେ ରାଜ୍ୟ ସରକାରଙ୍କ ତରଫରୁ ମିଶନ ଶକ୍ତି ମା ମାନେ ତ୍ରିରଙ୍ଗା ପ୍ରସ୍ତୁତ କରି ଘରେ ଘରେ ପହଞ୍ଚଉଛନ୍ତି।

Related Posts