
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡସ୍ପିକର ଓ ହନୁମାନ ଚାଳିସାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଏନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଲାଗି ରହିଛି । ଏହା ମଧ୍ୟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ହନୁମାନ ଚଲିସା’ ପାଠ କଲେ ରାଜ୍ୟରେ ଗିରଫ କରାଯାଉଥିବାରୁ ସ୍ୱଗତଃ ବାଲା ସାହେବ ଠାକରେଙ୍କ ଆତ୍ମାକୁ ଆଘାତ ହୋଇଥିବ ବୋଲି କହିଛନ୍ତି । ସେପଟେ ନିକଟରେ ମୁଁ ଦେଖିଛି ଯେ ହନୁମାନ ଚଲିସା ପାଠ କରିବା କିମ୍ବା ପ୍ରଭୁ ରାମଙ୍କ ନାମ ନେବା ପାଇଁ ଗିରଫ କରାଯାଇଛି। ଯାହାକି ଠାକରେ ସାହେବଙ୍କ ଆତ୍ମାକୁ ଆଘାତ ଦେଇଛି ବୋଲି ଅଶ୍ୱିନୀ କୁମାର ଚୌବେ କହିଛନ୍ତି । ଅନ୍ୟପଟେ ଅମ୍ରାବତୀ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ପୂର୍ବରୁ ମୁମ୍ବାଇର ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ମାତୋଶ୍ରୀ ସମ୍ମୁଖରେ ହନୁମାନ ଚାଳିସା ପାଠ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ରାଣା ଦମ୍ପତିଙ୍କୁ ମାର୍ଚ୍ଚ ୨୩ ରେ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ ରାଜ୍ୟ ସରକାରଙ୍କୁ ଲାଉଡ ସ୍ପିକର ସମ୍ବନ୍ଧୀୟ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଶବ୍ଦ ପ୍ରଦୂଷଣ ହେତୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସେ କହିଛନ୍ତି, ଏହାର ମୁକାବିଲା ପାଇଁ ନିୟମ ଏବଂ ନିୟମାବଳୀ ଉପଲବ୍ଧ ଅଛି।
ବିଳମ୍ବିତ ରାତିରେ କିମ୍ବା ସକାଳେ ଲାଉଡ ସ୍ପିକର ବ୍ୟବହାର କରାଯିବା ଉଚିତ ନୁହେଁ। ଯଦି କୌଣସି ରାଜ୍ୟ ସରକାର ଏହି ନିୟମ ପାଳନ କରୁଛନ୍ତି ତେବେ ଏହା ଭଲ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କ ତଥ୍ୟକୁ ସୂଚାଇ କହିଛନ୍ତି ଯେ ଧାର୍ମିକ ସ୍ଥାନରୁ ପ୍ରାୟ ୧୧ହଜାର ଲାଉଡ ସ୍ପିକର ହଟାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି । ସେପଟେ ଏମଏନଏସ ମୁଖ୍ୟ ରାଜ ଠାକରେ ଯେତେବେଳେ ରାଜ୍ୟ ସରକାରଙ୍କୁ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ କହିଥିଲେ ଏବଂ ଦାବି ପୂରଣ ନ ହେଲେ ତାଙ୍କ ଦଳର ସଦସ୍ୟମାନେ ହନୁମାନ ଚାଳିସା ବଜାଇବାର ଚେତାବନୀ ଦେବା ପରେ ହିଁ ଏସବୁ ବିବାଦ ଆରମ୍ଭ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି ।