ବାଣବିକ୍ରି ବାବଦରେ ଦାଦା ବଟି ମାଗିବାକୁ ନେଇ ବାଙ୍କୀ ବାଆଁରା ଗାଁରେ ଗୁଳିକାଣ୍ଡ: ୨ ଗୁରୁତର

ବାଙ୍କୀ : ବାଙ୍କୀ ଥାନା ବାଆଁରା ଗ୍ରାମରେ ଫୁଟିଲା ଗୁଳି ।
ବାଣବିକ୍ରି ବାବଦରେ ଦାଦା ବଟି ମାଗିବାକୁ ନେଇ ଏହି ଗୁଳିକାଣ୍ଡ ଘଟିଛି । ଏହି ଗୁଳିମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି । ଘଟଣାରେ ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ଚଳାଇଛି ତଦନ୍ତ । ସେପଟେ ଗୁଳିକାଣ୍ଡ ଗୁରୁତ୍ୱ ହୋଇଥିବା ଆହତଙ୍କ ମାନେ ରୋଜ ସାହୁ ଅନ୍ୟ ଜଣଙ୍କ ନାମ ଗଣେଶ୍ୱର ରାଉତ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ବାଆଁରା ଓ ଅନ୍ୟ ଜଣଙ୍କ ଘର ରାମଚଣ୍ଡୀ ଅଞ୍ଚଳର ବୋଲି ମିଳିଛି ସୂଚନା ।

Related Posts