ଆମେରିକାରେ ପୁଣି ଫୁଟିଲା ଗୁଳି: ରାସ୍ତା ମଝିରେ ଦୁର୍ବୃତ୍ତମାନଙ୍କ ଆଖିବୁଜା ଗୁଳିମାଡ

ନୂଆଦିଲ୍ଲୀ : ଅଶାନ୍ତ ଆମେରିକା । ଅନେକ ସ୍ଥାନରେ ଗୁଳିକାଣ୍ଡ । ଦୂର୍ବୁତଙ୍କ ଆଖିବୁଜା ଗୁଳି ମାଡ଼ । ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ଅନେକ ମୃତାହତ ହୋଇଥିବା ଖବର ମିଳିଛି । ଏପରିକି ଅନେକ ଆହତ ମଧ୍ଯ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀ ମଧ୍ୟ ଥିବା ସୂଚନା ମିଳିଛି ।

ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା ।

ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତର ମେରୀଲ୍ୟାଣ୍ଡରେ ଜଣେ ବନ୍ଧୁକଧାରୀ ଏକ କାରଖାନାରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ । ଏହାସହ ଜଣେ ଗୁରୁତର ହୋଇଥିଲେ ।

ସେହିପରି ଗତ ମାସରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ । ଆହୁରି ମଧ୍ୟ ଏକ ସପିଂ ମଲ୍ ଓ ଶ୍ମଶାନରେ ଗୁଳିକାଣ୍ଡର ଖବର ଆସିଥିଲା ।

Related Posts