ଗୁଜରାଟ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଦେଇ ମତାଧିକାର ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଆଜି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନଲାଗି ଭୋଟ ଗ୍ରହଣ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ।

ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ବୁଥରେ ପହଞ୍ଚିଥିଲେ। ଭୋଟରଙ୍କ ସହିତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ସାବରମତି ବିଧାନସଭା କ୍ଷେତ୍ରରେ ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମୋଦି ।

ସେହିପରି ଭୋଟ୍ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ଅହମ୍ମଦାବାଦ ବିଧାନସଭା କ୍ଷେତ୍ରର ବୁଥ ନଂ-୯୫ ଶିଲଜା ଅନୁପମ ସ୍କୁଲରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗୃହମନ୍ତ୍ରୀ ଅମିତଶାହା ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି ।

ଗୁଜରାଟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମୋଟ୍ ୯୩ଟି ସିଟ୍ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୧୪ଟି ଜିଲ୍ଲାରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଅନ୍ୟପଟେ ଅହମ୍ମଦାବାଦର ସମସ୍ତ ୧୬ଟି ଆସନ ବିଜେପି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ୧୯୯୦ ପରେ ବିଜେପି ଏଠାରେ ନିଜର ଦବଦବା ଜାରି ରଖିଛି ।

Related Posts