ପରିଚୟ ଜାଣିବା ପରେ ହିଁ ଫୋଟ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କୁ ହତ୍ୟା କରିଥିଲା ତାଲିବାନ

danish photographaer

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନରେ ପ୍ରାଣ ହରାଇଥିବା ଫୋଟ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁର ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି । ତେବେ ଡାନିଶଙ୍କ ପରିଚୟ ଯାଞ୍ଚ କରିବା ପରେ ତାଲିବାନମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କରାଯାଇଛି । ଅପରିପକ୍ଷେ ଆଫଗାନ ସୈନ୍ୟ ଓ ତାଲିବାନ ମଧ୍ୟରେ ଚାଲିଥିବା ଲଢେଇର ଫଟୋ ଉଠାଇବାକୁ ସିଦ୍ଦିକି ଆଫଗାନ ସୈନ୍ୟଙ୍କ ସହିତ ମିଶି ସ୍ପିନ ବୋଲଡକ ଅଞ୍ଚଳକୁ ଯାଇଥିଲେ ।

ଏହା ପରେ ଆଫଗାନିସ୍ତାନୀ ସୈନ୍ୟଙ୍କ ସହିତ ଯାଉଥିବାବେଳେ ତାଙ୍କ ଗାଡି ଉପରେ ତାଲିବାନ ଆକ୍ରମଣରେ ସେ ପ୍ରାଣ ହରାଇଥିଲେ ବୋଲି ଖବର ପ୍ରକାଶିତ ହୋଇଥିଲା । କିନ୍ତୁ କଷ୍ଟମ୍ ପୋଷ୍ଟ୍‌’କୁ ଯାତ୍ରା ପଥର ଏକତୃତୀୟାଂଶ ଅତିକ୍ରମ କରିଥିବା ବେଳେ ତାଲିବାନ୍‌ମାନଙ୍କ ଆକ୍ରମଣ ଯୋଗୁଁ ସେ ‘ଆଫଗାନ ନ୍ୟାସ୍‌ନାଲ୍ ଆର୍ମି ଟିମ୍’ ଛତ୍ରଭଙ୍ଗ ଦେଇଥିଲେ। ଫଳରେ କମାଣ୍ଡର୍ ଏବଂ ଅଳ୍ପ କେତେଜଣ ଲୋକ ସିଦ୍ଦିକ୍ବିଙ୍କ ଠାରୁ ପୃଥକ୍ ହୋଇଯାଇଥିଲେ।

ସିଦ୍ଦିକ୍ବିଙ୍କ ସହ ସେତେବେଳେ ମାତ୍ର ତିନିଜଣ ଆଫଗାନ ସୈନିକ ଥିଲେ। ତାଲିବାନ୍ ଆକ୍ରମଣ ସମୟରେ ସିଦ୍ଦିକ୍ବି ଏକ ‘ସ୍ରାପ୍‌ନେଲ୍‌’ ବିସ୍ଫୋରଣରେ ଆହତ ହୋଇଥିଲେ। ତେଣୁକରି, ସେ ଏବଂ ତାଙ୍କ ସହ ଥିବା ସୈନିକମାନେ ସ୍ଥାନୀୟ ମସ୍‌ଜିଦ୍‌କୁ ଯାଇ ‘ପ୍ରାଥମିକ ଉପଚାର’ କରାଇଥିଲେ। କିନ୍ତୁ କିଛି ସମୟ ପରେ ଜଣେ ସାମ୍ବାଦିକ ମସଜିଦରେ ଅଛନ୍ତି ବୋଲି ତାଲିବାନ ସୌନ୍ୟ ପାଖକୁ ଖବର ପହଞ୍ଚଥିଲା । ସେମାନେ ପ୍ରଥମେ ସିଦ୍ଦିକିଙ୍କୁ ଧରି ତାଙ୍କ ପରିଚୟ ମାଗିଥିଲେ ।

ସିଦ୍ଦିକିଙ୍କ ପରିଚୟ ପାଇବାପରେ ତାଲିବାନ ଆତଙ୍କିମାନେ ତାଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବା ସହିତ ତାଙ୍କ ଉପରକୁ ଓ ତାଙ୍କ ସହିତ ଥିବା ତିନି ଆଫଗାନ ସୈନ୍ୟଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ହତ୍ୟା କରିଥିଲେ । ଏହା ପରେ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ସିଦ୍ଦିକ୍ବିଙ୍କ ମରଶରୀର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଜାମିଆ ନଗରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ପରେ ତାଙ୍କୁ ଜାମିଆ ମିଲ୍ଲିଆ ଇସ୍‌ଲାମିଆ କବରସ୍ତାନରେ କବର ଦିଆଯାଇଥିଲା। ଅନ୍ୟପଟେ ୨୦୧୮ରେ ରୋହିଙ୍ଗ୍ୟା ସଙ୍କଟ ଲୋକ ଲୋଚନକୁ ଆଣିବାପରେ ସିଦ୍ଦିକି ପୁଲିତଜର ପୁରସ୍କାର ପାଇଥିଲେ ।

Related Posts