କେନ୍ଦୁଝର ଜିଲ୍ଲାପାଳଙ୍କୁ ବଡ଼ ଆଶ୍ୱସ୍ତି; ଜନଜାତି କମିଶନଙ୍କ ନିକଟରେ ହାଜର ହେବା ନିର୍ଦ୍ଦେଶରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦୁଝର ଜିଲ୍ଲାପାଳଙ୍କୁ ବଡ଼ ଆଶ୍ୱସ୍ତି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ୍ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ । ବାରମ୍ୱାର ନୋଟିସ୍ ସତ୍ତ୍ୱେ ଜିଲ୍ଲାପାଳ ହାଜର ହେଉନଥିଲେ । ଯାହାକୁ ନେଇ କମିଶନ୍ ଗିରଫ ୱାରେଣ୍ଟ ଜାରି କରିଥିଲେ । ଜିଲ୍ଲାପାଳଙ୍କୁ ହାଜର କରାଇବାକୁ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଶନ୍ଙ୍କ ଏହି ନୋଟିସ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ବିଗତ ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ।

ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ଵେ ଶୁଣାଣି ସମୟରେ ଜିଲ୍ଲାପାଳ ହାଜର ହେଉନଥିଲେ। ଆୟୋଗ ପ୍ରତି ଅବହେଳା କରିବା ଅପରାଧରେ ଜିଲ୍ଲାପାଳ ଠାକରେଙ୍କୁ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ ଏସଟି ଆୟୋଗ। ମଙ୍ଗଳବାର ଦିନ ୧୨ଟାରେ ଜାତୀୟ ଝଞ ଆୟୋଗରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହାଜର ହେବାକୁ ଆଜି ନିର୍ଦ୍ଦେଶ ଦେଇଥିଲେ କମିଶନ୍ । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Related Posts