ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ କିନ୍ତୁ ବିରୋଧୀ ଦଳ ଏଥିରେ ଗମ୍ଭୀର ନୁହଁନ୍ତି: ରବିଶଙ୍କର

rabi kumar

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସଂସଦରେ ଚାଲିଥିବା ଅସ୍ଥିରତାକୁ ନେଇ ଭାରତୀୟ ଜନତା ପାର୍ଟି ପ୍ରତିକ୍ରିୟା ରଖିଛି । ସଂସଦରେ ବିରୋଧୀଙ୍କ ହଟ୍ଟଗଳ ଯୋଗୁଁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରାଯାଉଛି । ଏ ସବୁ ଦୃଷ୍ଟିରେ ରଖି ବିଜେପି ଦଳର ମୁଖପାତ୍ର ରବି ଶଙ୍କର ପ୍ରସାଦ ବଡ ବୟାନ ଦେଇଛନ୍ତି । ତେବେ ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏଥିରେ ବିରୋଧୀ ଦଳ ଗୁଡିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ ପଚାରିଥିଲେ । କାହିଁକି ନା କଂଗ୍ରେସ ଓ ବିରୋଧୀ ଦଳ ଆଲୋଚନା କରିବା ପାଇଁ ଚାହୁଁ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଅପରିପକ୍ଷରେ ବିରୋଧୀଦଳର ନେତା ସରକାରୀ ମନ୍ତ୍ରୀଙ୍କ ହାତରୁ କାଗଜ ଛଡ଼ାଇ ନେଇ ଏହାକୁ ଆକାଶରେ ଫିଙ୍ଗିଥିବା ଘଟଣାକୁ ମଧ୍ୟ ସେ ତୀବ୍ର ନିନ୍ଦା କରିଛନ୍ତି ।

ଯେତେବେଳେ ମନ୍ତ୍ରୀ ପେଗାସସ୍ ଉପରେ ନିଜର ବାର୍ତ୍ତା ଦେଉଥିଲେ ସେତେବେଳେ ଏହି ଲୋକମାନେ ସେହି କାଗଜ ଚିରି ଦେଇଥିଲେ। ଏହି ଲୋକମାନଙ୍କ ମଧ୍ୟରେ କୌଣସି ଗମ୍ଭୀରତା ନାହିଁ । ସଂସଦରେ ଆଲୋଚନା କରିବା ପରିବର୍ତ୍ତେ ସେମାନେ ଗୃହରେ ହଙ୍ଗାମା ସୃଷ୍ଟି କରୁଛନ୍ତି । ଅନ୍ୟପଟେ କଂଗ୍ରେସ ଦଳକୁ ପଚାରିବା ପାଇଁ ବିଜେପିର ଅନେକ କଠୋର ପ୍ରଶ୍ନ ମଧ୍ୟ ରହିଛି । ଯାହାକୁ ସେମାନେ ଗୃହ ମାଧ୍ୟମରେ ଉତ୍ତର ଦେବାକୁ ଚାହୁଁ ନାହାନ୍ତି । କେବଳ ଏତିକି ନୁହେଁ ବରଂ ସଂସଦରେ ବାରମ୍ବାର ପେଗାସସ ମାମଲାକୁ ନେଇ ହଟ୍ଟଗଳ ସୃଷ୍ଟି ହେଉଛି । ଏହି ମାମଲାକୁ ନେଇ ବିରୋଧୀ ଦଳ ବାରମ୍ବାର ଆଲୋଚନା କରିବା ପାଇଁ ଦାବି କରୁଛନ୍ତି । ହେଲେ ବିରୋଧୀ ଦଳ ପେଗାସସକୁ ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇନାହାଁନ୍ତି ।

ଏପରିକି କଂଗ୍ରେସ ଦଳ ଜାଣିଶୁଣି ପେଗାସସ ସ୍ପାଏୱେୟାର ମାଧ୍ୟମରେ ସରକାରଙ୍କ ଉପରେ ଗୁପ୍ତଚର ଅଭିଯୋଗ ଆଣଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି । ଅନ୍ୟପଟେ କଂଗ୍ରେସ କୋଭିଡ-୧୯ ପ୍ରତି ମଧ୍ୟ ଗମ୍ଭୀର ନୁହେଁ । କାରଣ ଯେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ବୈଠକ ଡାକିଲେ ସେଥିରେ କଂଗ୍ରେସ ଭାଗ ନେଇନଥାଏ ବୋଲି ରବିଶଙ୍କର କହିଛନ୍ତି । ଏହା ସହ ୧୯୪୭ ପରଠାରୁ କଂଗ୍ରେସ ପ୍ରାୟ ୫୦ ବର୍ଷ ଶାସନ କରିଥିଲା । କିନ୍ତୁ ଦଳର ଆଚରଣ ସମ୍ପର୍କରେ ଦେଶର ଜନସାଧାରଣ ଜାଣିବା ଆବଶ୍ୟକ ବୋଲି ବିଜେପି ମୁଖପାତ୍ର ରବି ଶଙ୍କର ପ୍ରସାଦ କହିଛନ୍ତି ।

Related Posts