ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତିଙ୍କୁ ମାଳଦ୍ୱୀପରେ ବିରୋଧ କରିବା ପରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ ଗୋଟାବାୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତିଙ୍କୁ ମାଳଦ୍ୱୀପରେ ବିରୋଧ କରିବା ପରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ ଗୋଟାବାୟା । ତେବେ ମାଳଦ୍ୱୀପର ରାଜଧାନୀ ମାଲେରେ ସସ୍ତ୍ରୀକ ଆତ୍ମଗୋପନ କରିଥିବା ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟା ସସ୍ତ୍ରୀକ ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବେ। ମାଲେରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିବା ଖବର ଆସିଛି। ମାଳଦ୍ବୀପରେ ଥିବା ଶ୍ରୀଲଙ୍କା ନାଗରିକ ସେଠାରେ ଗୋଟାବାୟାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମାଲଦିଭ୍ସ୍ ନ୍ୟାସନାଲ୍ ପାର୍ଟି ଗୋଟାବାୟାଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଇଥିବାରୁ ସେଠାକାର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛି।

ସେପଟେ ଶ୍ରୀଲଙ୍କା ବାୟୁସେନାର ବିମାନରେ ମାଳଦ୍ୱୀପ ରାଜଧାନୀ ମାଲେରେ ବୁଧବାର ସକାଳେ ଅବତରଣ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ବୁଧବାର ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ମାଳଦ୍ୱୀପର ସରକାରୀ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ମାଳଦ୍ୱୀପ ଅଭିମୁଖେ ଆସିଥିବା ରାଜପାକ୍ଷେ ବୁଧବାର ସନ୍ଧ୍ୟାରେ ସିଙ୍ଗାପୁର ଅଭିମୁଖେ ଯିବେ। ରାଜପାକ୍ଷେ ବୁଧବାର ସକାଳେ ମାଳଦ୍ୱୀପର ଭେଲାନା ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts