ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯାଇ ଆଶାୟୀ ମାନଙ୍କୁ ଆଉ ଥରେ ସୁଯୋଗ ମିଳିବ ବୋଲି କୁହାଯାଇଛି ।
ପରୀକ୍ଷା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ରିଜୋଲ୍ୟୁସନ ଜାରି ହୋଇଛି । ଏହି ଖବରକୁ ନେଇ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଖୁସିବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।