ଭାରତୀୟଙ୍କ ପାଇଁ ଖୁସି ଖବର: ବେଜିଂ ପକ୍ଷରୁ ଜାରୀ ଭିସା କଟକଣା ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଭିସା କଟକଣା ପ୍ରତ୍ୟାହୃତ କଲା ବେଜିଂ । କରୋନା ଭାଇରସ ମହାମାରୀ ଲାଗି ବେଜିଂ ପକ୍ଷରୁ ଜାରୀ ହୋଇଥିବା କଟକଣା ଉଠିଛି । ଫଳରେ ଗତ ୨ ବର୍ଷ ହେଲା ଭାରତରେ ଅଟକି ରହିଥିବା ପେଷାଦାର ଓ ସେମାନଙ୍କ ପରିଜନଙ୍କୁ ଏବେ ଚୀନ ଭିସା ଜାରି କରିବ ବୋଲି ଘୋଷଣା କରିଛି।

ଅପରପଟେ ଚୀନ୍‌ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଆବେଦନର ମଧ୍ୟ ସମାଧାନ କରାଯାଉଛି। ଯେଉଁମାନେ ପାଠ ପଢାଲାଗି କଲେଜ ଓ ବିଶ୍ୱବିଦ୍ୟାଳୟ ଫେରିବା ନିମନ୍ତେ ଆବେଦନ କରିଥିଲେ।

ଭାରତ ସ୍ଥିତ ଚୀନ୍‌ ଦୂତାବାସ ୨ ବର୍ଷରୁ ଅଧିକ ସମୟ ପରେ ତାଙ୍କ କୋଭିଡ-୧୯ ଭିସା ନୀତି ନବୀକରଣ କରିଛନ୍ତି। ଏଣୁ ସବୁ କ୍ଷେତ୍ରରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରିବାକୁ ଆଗ୍ରହୀ ଭାରତୀୟ ଏ ସମାନଙ୍କ ପରିଜନଙ୍କଠାରୁ ପୁଣି ଭିସା ଆବେଦନ ଆମନ୍ତ୍ରଣ କରାଯିବ ବୋଲି ଜଣାପଡିଛି। ଏହି ନିଷ୍ପତ୍ତି ସେହି ସବୁ ଭାରତୀୟଙ୍କ ଲାଗି ଆଶ୍ୱସ୍ତିକର ହେବ ଯେଉଁମାନେ ଗତ ୨୦୨୦ ମସିହାରୁ ସ୍ୱଦେଶ ଫେରି ଏଠାରେ କାମ ଧନ୍ଦା ନ ପାଇ ଖାଲି ହାତରେ ବସିଛନ୍ତି।

ଚୀନ୍‌ରେ ରହୁଥିବା ଭାରତୀୟ ପେଷାଦାରମାନେ କେନ୍ଦ୍ର ବୈଦେଶିକମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭାରତରେ ଅଟକି ରହିଥିବା ପରିଜନଙ୍କୁ ଚୀନ୍‌ ଫେରିବା ଲାଗି ବେଜିଂ ଉପରେ ଚାପ ପକାଇବାକୁ ନିବେଦନ କରିଥିଲେ। ଏଥିରେ ନୂଆଦିଲ୍ଲୀସ୍ଥିତ ଚୀନ୍‌ ଦୂତାବାସ ଭାରତୀୟଙ୍କ ବ୍ୟତୀତ ଚୀନ ଓ ବିଦେଶୀ ନାଗରିକଙ୍କ ପରିଜନ ଓ ସମ୍ପର୍କୀୟ ମଧ୍ୟ ଭିସା ନିବେଦନ କରିପାରିବେ ବୋଲି କହିଛନ୍ତି। ସେହିପରି ଚୀନ୍ ନାଗରିକଙ୍କୁ ବିବାହ କରିଥିବା ଭାରତୀୟ ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଚୀନ୍‌ କର୍ମଚାରୀ ମଧ୍ୟ ଏଥିରେ ଲାଭବାନ ହୋଇପାରିବେ।

Related Posts