(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଫଳାଫଳ ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା କରୋନା ଭାଇରସ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ । ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରେ କୁହାଯାଇଛି ଯେ ଡିଜିସିଆଇର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ଦ୍ୱାରା ଅନୁମୋଦିତ କରାଯାଇଥିବା ଫେଜ୍-୩ ଟ୍ରାଏଲ୍ ରୁ ଜଣାପଡିଛି ଯେ କୋଭାକ୍ସିନ୍ କରୋନା ଭାଇରସ ବିରୋଧରେ ୭୭.୮% ପ୍ରଭାବଶାଳୀ। ଭାରତ ବାୟୋଟେକ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ କମିଟିକୁ ଏହି ରିପୋର୍ଟ ହସ୍ତାନ୍ତର କରି ଦିଆଯାଇଛି। ଏସଇସି ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟର ଡାଟାର ପରୀକ୍ଷଣ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମଞ୍ଜୁରୀ ଦିଆଯାଇ ନାହିଁ । ସୂଚନା ମୁତାବକ , ଏସ୍ଇସି ମଙ୍ଗଳବାର କୋଭାକ୍ସିନ୍ ପରୀକ୍ଷଣର ଫଳାଫଳର ସମୀକ୍ଷା ପାଇଁ ବୈଠକ କରିଥିଲେ । ଏସ୍ଇସି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ( ଡିସିଜିଆଇ) କୁ ପଠାଇବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଫେଜ୍-୩ ଟ୍ରାଏଲ୍ ୨୫,୮୦୦ ଲୋକଙ୍କ ଉପରେ କରାଯାଇଥିଲା। WHO ଭାରତ ବାୟୋଟେକର କୋଭିଡ୍ ଭ୍ୟାକସିନ୍ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI)ର ପ୍ରସ୍ତାବକୁ ସ୍ୱୀକାର କରିଛି ଏବଂ ଟିକାକୁ ମଞ୍ଜୁରୀ ଦେବା ସମ୍ବନ୍ଧିତ ଡକ୍ୟୁମେଣ୍ଟ ପ୍ରଦାନ କରିବା ପୂର୍ବରୁ ଜୁନ୍ ୨୩ ତାରିଖରେ ଡବ୍ଲୁଏଚଓ ସହ ବୈଠକ ହେବ। ଭାରତରେ ବର୍ତ୍ତମାନ ଦୁଇଟି କରୋନା ଟିକା ଦ୍ୱାରା ଟିକାକରଣ ଅଭିଯାନ ଚାଲିଛି । ପ୍ରଥମଟି ହେଉଛି ଆଷ୍ଟ୍ରାଜେନେକାର କରୋନା ଟିକା କୋଭିଶିଲ୍ଡ ଏବଂ ଦ୍ୱିତୀୟଟି ଭାରତ ବାୟୋଟେକର କୋଭାକ୍ସିନ୍ ଯାହା ଏକ ସ୍ୱଦେଶୀ ଟିକା ।
Related Posts