ବ୍ରହ୍ମପୁର : ଗୋଳନ୍ଥରା ଥାନା ପୁଲିସକୁ ସଫଳତା । ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡ ଧରଣର ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢାଉ କରିଥିଲା ।
ଏହି ଚଢ଼ାଉରେ ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି ।
ଏଥିସହ ଏହି ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଛି ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନାହିଁ ।