ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ତେବେ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଶିବସେନା ଏକାଠି ସରକାର ଚଳାଉଛନ୍ତି । ହେଲେ ଗୋଆରେ ଉଭୟ ଦଳର ରାସ୍ତା ଅଲଗା । ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ଶିବସେନାକୁ ଅଣଦେଖା କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ତେବେ ବର୍ତ୍ତମାନ ଗୋଆରେ କଂଗ୍ରେସର ମାତ୍ର ତିନିଜଣ ବିଧାୟକ ଅଛନ୍ତି। ଶିବସେନା ଏବଂ ଏନସିପି କଠିନ ସମୟରେ କଂଗ୍ରେସକୁ ସମର୍ଥନ ପ୍ରଦାନ କରିଥିଲୁ ।
କିନ୍ତୁ କଂଗ୍ରେସ କଣ ଚିନ୍ତା କରୁଛି ମୁଁ ଜାଣେ ନାହିଁ। ଯଦି କଂଗ୍ରେସ ଏକାକୀ ନିର୍ବାଚନ ଲଢ଼େ ତାହାଲେ କଂଗ୍ରେସ ଏକକ ସଂଖ୍ୟା ଅତିକ୍ରମ କରିପାରିବ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । ସେପଟେ କଂଗ୍ରେସ ସହ ମେଣ୍ଟ ପାଇଁ ରାଉତ ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ, ସିଏଲପି ନେତା ଦିଗମ୍ବର କାମାଟ ଏବଂ ଗୋଆ କଂଗ୍ରେସ ମୁଖ୍ୟ ଗିରିଶ ଚୋଦାନକରଙ୍କ ସହ ଆଲୋଚନା କରିଥିଲେ ।
କଂଗ୍ରେସ ନେତାଙ୍କ ସହ ଆଲୋଚନା ବେଳେ ସଞ୍ଜୟ ରାଉତ ୪୦ ଟି ସିଟ୍ ମଧ୍ୟରୁ ୩୦ ଟି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଥିଲେ । ଏପରି ୧୦ ଟି ବିଧାନସଭା ଆସନ ଅଛି ଯେଉଁଠାରେ ବିଗତ ୫୦ ବର୍ଷ ମଧ୍ୟରେ କଂଗ୍ରେସ ନିର୍ବାଚନ ଜିତି ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମିଳିତ ମଞ୍ଚର ସପକ୍ଷରେ ଅଛନ୍ତି, କିନ୍ତୁ ସ୍ଥାନୀୟ କଂଗ୍ରେସ ନେତୃତ୍ୱ ଏହାର ଭିନ୍ନ ମତ ରଖୁଥିବାର ଦେଖିବାକୁ ମିଳିଛି ।