ଜ୍ଞାନବାପି ମସଜିଦ ମାମଲା; ମେ’ ୧୭ ପୂର୍ବରୁ ଦ୍ୱିତୀୟଥର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶ ବାରାଣସୀ ଜ୍ଞାନବ୍ୟାପୀ ମସ୍ଜିଦ୍ ଘଟଣାର ଗବେଷଣା ବନ୍ଦ ହେବ ନାହିଁ। ତେବେ ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତି ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ ଦେବତାଙ୍କ ସର୍ଭେ ପ୍ରସଙ୍ଗ ଶେଷ ହୋଇଛି । ଦୁଇ ଘଣ୍ଟା ଧରି ଚାଲିଥିବା ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି ଯେ କମିଶନର ବଦଳିବେନି । ସେହିପରି ମେ’ ୧୭ ପୂର୍ବରୁ ଦ୍ୱିତୀୟଥର ସର୍ଭେ କରାଯିବ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ଜ୍ଞାନବ୍ୟାପୀ ମସ୍ଜିଦ୍ ଭିତରେ ସର୍ଭେକ୍ଷଣ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ଆବେଦନ ଉପରେ କୋର୍ଟ କହିଛନ୍ତି ଯେ ମସ୍ଜିଦ୍ର ପୂରା ଏରିଆ ମସ୍ଜିଦ୍ର ବେସ୍ମେଣ୍ଟ ବି ସର୍ଭେ କରାଯିବ ସହିତ ଭିଡିଓଗ୍ରାଫି କରାଯିବ ବୋଲି କୋର୍ଟ କହିଛନ୍ତି। ତା ସହିତ ସେକେଣ୍ଡ କୋର୍ଟ କମିଶନର ବିଶାଲ କୁମାର ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପର୍ବରୁ ଅଜୟ ମିଶ୍ରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ମେ ୧୦ରେ ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts