ସମାଧାନ ରାସ୍ତାରେ ଗେହଲୋଟ-ପାଇଲଟ ବିବାଦ; ମନ୍ତ୍ରୀମଣ୍ଡଳ ବିସ୍ତାର ନିଷ୍ପତ୍ତି ସୋନିଆଙ୍କ ଉପରେ ଛାଡିଲେ ମୁଖ୍ୟମନ୍ତ୍ରୀ

ashok gehlot

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଞ୍ଜାବ କଂଗ୍ରେସରେ ଉପୁଜିଥିବା ବିବାଦ ସମାପ୍ତ ହେବା ପରେ ବର୍ତ୍ତମାନ ରାଜସ୍ଥାନ ଉପରେ ଜାତୀୟ କଂଗ୍ରେସର ନଜର ରହିଛି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସଚିନ ପାଇଲଟଙ୍କ ମଧ୍ୟରେ ଚାଲୁଥିବା ବିବାଦକୁ ସମାଧାନ କରିବା ପାଇଁ କଂଗ୍ରେସ ବଡ ପଦକ୍ଷେପ ନେଇଛି । ଏନେଇ କଂଗ୍ରେସ ସଂଗଠନର ମହାସଚିବ ବେଣୁଗୋପାଲ ଏବଂ ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ଜୟପୁର ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଦୁଇ ନେତାଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରାଯାଇଛି ।

ଏହି ବୌଠକ ପରେ ମୁଖ୍ୟମନ୍ତ୍ରୀ ଗେହଲୋଟ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ସମସ୍ତ ରାୟ ନେବା ପାଇଁ ସୋନିଆ ଗାନ୍ଧିଙ୍କ ଉପରେ ଛାଡିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଶୋକ ଗେହଲୋଟଙ୍କ ସମର୍ଥନ ପରେ ବର୍ତ୍ତମାନ ସୋନିଆ ଗାନ୍ଧି ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଜୁଲାଇ ମାସରେ ହିଁ ରାୟ ଶୁଣାଇବେ ବୋଲି ଅନୁମାନ କରାଯାଉଛି । କେବଳ ଏତିକି ନୁହେଁ ବରଂ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ବିସ୍ତାର ପାଇଁ ସମସ୍ତ ରାୟ ସୋନିଆ ଗାନ୍ଧି ହିଁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦୁଇ ମନ୍ତ୍ରୀଙ୍କ ନିକଟରେ ସ୍ପଷ୍ଟ କରିଛନ୍ତି ।

ଏହା ସହ ସୋନିଆ ଗାନ୍ଧି ଏନେଇ ଯେଉଁ ରାୟ ଶୁଣାଇବେ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଗେହଲୋଟ ଓ ଦୁଇ ନେତାଙ୍କ ମଧ୍ୟରେ ହେଉଥିବା ବୈଠକରେ ଲବିଂତ ବୋର୍ଡ, କର୍ପୋରେଶନରେ ନିଯୁକ୍ତିକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବାର ସୂଚନା ମିଳିଛି । ଏହା ସହ ରାଜନୈତିକ ନିଯୁକ୍ତିକୁ ନେଇ ଯେଉଁ ସବୁ ନୀତି ଅବଲମ୍ବନ କରାଯିବ ସେଥିପାଇଁ ଦଳର ବରିଷ୍ଠ ନେତା ସହ କଂଗ୍ରେସ ଜନପ୍ରତିନିଧି ଏବଂ ସ୍ଥାନୀୟ ନେତାଙ୍କ ସହମତି ଜରୁରୀ ଅଟେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ।

Related Posts