ସୋସିଆଲ୍ ମିଡିଆରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗରିଫ ମରାଠୀ ଅଭିନେତ୍ରୀଙ୍କୁ ମିଳିଲା ବେଲ୍

ମୁମ୍ବାଇ: ବେଲ୍ ରେ ବାହାରକୁ ଆସିଲେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ । ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ମନ୍ତବ୍ୟ ଦେଇ ଗରିଫ ହୋଇଥିଲେ ଅଭିନେତ୍ରୀ । ବୁଧବାର ଥାନେ କୋର୍ଟ ତାଙ୍କୁ ବେଲ୍ ଦେଇଛନ୍ତି।

ଶରଦ ପାୱାରଙ୍କ ବିରୋଧରେ ଫେସବୁକ୍‌ରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମେ ମାସ ୧୪ ତାରିଖରେ କେତକୀଙ୍କୁ ଗିରଫ କରାଯାଇଥିଲା। ଥାନେ ପୁଲିସ ତାଙ୍କୁ ଗିରଫ କରିଥିଲା। ଭିନ୍ନ ଧର୍ମ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ବିରୋଧରେ IPC ଧାରାରେ ମାମଲା ରୁଜୁ କରାଯାଇଥିଲା

କେତକୀ ନିଜେ ପୋଷ୍ଟ ଲେଖିନଥିଲେ ବି ଅନ୍ୟ କାହାର ପୋଷ୍ଟ ଶେୟାର କରିଥିଲେ। ଏହି ବିବାଦୀୟ ପୋଷ୍ଟରେ ‘ଆପଣ ବ୍ରାହ୍ମଣଙ୍କୁ ଘୃଣା କରନ୍ତି ବୋଲି ଲେଖାଯାଇଥିଲା। ଏହି ଅଭିଯୋଗ ଶରଦ ପାୱାରଙ୍କୁ ଇଙ୍ଗିତ କରି ପୋଷ୍ଟ ହୋଇଛି ବୋଲି ଜଣା ପଡିଥିଲା। ଏହାକୁ ନେଇ କେତକୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

୨୯ ବର୍ଷୀୟ ଚିତାଲେଙ୍କୁ କ୍ରାଇମବ୍ରାଞ୍ଚ ଥାନେ ପୁଲିସ ଗିରଫ କରିଥିଲା। ବିବାଦୀୟ ମନ୍ୟବ୍ୟ ପରେ ଏନସିପିର ମହିଳା ସାମ୍ମୁଖ୍ୟ ପକ୍ଷରୁ ଚାତାଲିଙ୍କ ଉପରକୁ କାଳି ମାଡ଼ କରାଯାଇଥିଲା ।

Related Posts