ହାଇକୋର୍ଟରେ ପହଞ୍ଚିଲା ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା; ସିବିଆଇ ତଦନ୍ତ ଦାବିରେ ଦାଏର ହେଲା ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟରେ ପହଞ୍ଚିଲା ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଦାଏରା ହେଲା ଜନସ୍ୱାର୍ଥ ମାମଲା । ତେବେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ମୃତ ଦେବ କୁମାର ଗମାଙ୍ଗଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ମାମଲାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଛନ୍ତି । ଉକ୍ତ ମାମଲାରେ ଗୃହ ସଚିବ, କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ ବିଭାଗ ଓଡିଶା, ପୋଲିସ ମହା ନିର୍ଦ୍ଦେଶକ ଓଡିଶା, ଆରକ୍ଷୀ ଅଧିକ୍ଷକ ଗଞ୍ଜାମ, ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ସିଡିପିଓ ଭଞ୍ଜନଗର ଏବଂ ଶ୍ରୀ ଦିନେଶ କୁମାର ଦାଶ ଆଇଆଇସି ଭଞ୍ଜନଗରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts