ଆସନ୍ତା କାଲିଠାରୁ ସ୍ପେସାଲ ଓଜେଇଇ ପରୀକ୍ଷା, ୨୮ ସହରର ୩୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଆସନ୍ତା କଲି ଠାରୁ ଆରମ୍ଭ ହେବାକୁ ଯାଉଛି ସ୍ପେସାଲ ଓଜେଇଇ ପରୀକ୍ଷା ।ଏହି ପରୀକ୍ଷା ୩ଦିନ ଧରି ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ।

୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା I ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ ପରୀକ୍ଷାର୍ଥୀ ଦେବେ।। ପରୀକ୍ଷାର୍ଥୀଙ୍କ ପାଇଁ ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ। ଆଜି ପରୀକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡଗୁଡ଼ିକ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Related Posts