(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଭିନ୍ନକ୍ଷମଙ୍କ ପାଇଁ ଏକ ରିଲିଫରେ କେନ୍ଦ୍ର ସରକାର ବର୍ତ୍ତମାନ ଦିବ୍ୟାଙ୍ଗ ପ୍ରମାଣପତ୍ର ଅନଲାଇନରେ ପ୍ରଦାନ କରିବା ବାଧ୍ୟତାମୂଳକ କରିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସୋମବାର ଏଥିପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟର ଦିବ୍ୟାଙ୍ଗ ବ୍ୟାପାର ବିଭାଗ ଟୁଇଟ୍ କରି କହିଛି ଯେ,” ଜୁନ୍ 1 ରୁ କେବଳ UDID ପୋର୍ଟାଲ୍ ବ୍ୟବହାର କରି ଅନଲାଇନ୍ ମାଧ୍ୟମରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସମସ୍ତ ରାଜ୍ୟ / UT ବାଧ୍ୟତାମୂଳକ।” ବିଶେଷକରି କୋଭିଡ୍ ସଙ୍କଟ ସମୟରେ ଏଭଳି ପଦକ୍ଷେପ ନେବାକୁ ଦାବି ହୋଇ ଆସୁଥିଲା। କୋଭିଡ୍ କଟକଣା ହେତୁ ଭିନ୍ନକ୍ଷମମାନେ ସେମାନଙ୍କର ପ୍ରମାଣପତ୍ର ପାଇବାରେ ଅସମର୍ଥ ହୋଇଥିଲେ। ଭିନ୍ନକ୍ଷମଙ୍କ ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ର ଜରୁରୀ କାରଣ ସେମାନେ ଏହି ପ୍ରମାଣ ପତ୍ର ଆଧାରରେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇପାରିବେ ।
Related Posts
-
Copyright © SatyaPatha2021