୪୧ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ପ୍ରାର୍ଥୀ ପାଇଁ ୧୧ଟି ରାଜ୍ୟରୁ ୪୧ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଥିରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏବଂ ରାଜୀବ ଶୁକ୍ଳା, ବିଜେପିର ସୁମିତ୍ରା ବାଲ୍ମିକି ଏବଂ କବିତା ପାଟିଦାର, କଂଗ୍ରେସର ପୂର୍ବତନ ନେତା କପିଲ ସିବଲ, ରାଷ୍ଟ୍ରୀୟ ଜନତା ଦଳର ମିସା ଭାରତୀ ଏବଂ ରାଷ୍ଟ୍ରୀୟ ଲୋକ ଦଳର ଜୟନ୍ତ ଚୌଧୁରୀ ସାମିଲ ରହିଛନ୍ତି । ସେପଟେ ୧୫ ଟି ରାଜ୍ୟରେ ରାଜ୍ୟସଭାରେ ୫୭ ଟି ସିଟ୍ ପୂରଣ ପାଇଁ ସଂସଦର ଉପର ଗୃହ ପାଇଁ ଦ୍ୱି ବର୍ଷୀୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନ ଜୁନ ୧୦ ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଏକ ଉଚ୍ଚସ୍ତରୀୟ ଯୁଦ୍ଧ ହେବାକୁ ଯାଉଛି କାହିଁକିନା ଶେଷ ଦିନରେ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ।

ବିନା ପ୍ରତିଯୋଗିତାରେ ଜିତିଥିବା ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୧୧ ଜଣ ଅଛନ୍ତି, ତାମିଲନାଡୁରେ ୬ ଜଣ, ବିହାରରେ ୫ ଜଣ, ଆନ୍ଧ୍ରପ୍ରଦେଶରେ ୪ ଜଣ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ୪ ଜଣ, ଛତିଶଗଡ଼, ପଞ୍ଜାବ, ତେଲେଙ୍ଗାନା ଓ ଝାଡ଼ଖଣ୍ଡରେ ୨ ଜଣ ଏବଂ ଉତ୍ତରାଖଣ୍ଡରେ ଜଣେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚିତ ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ବିଜେପିର, କଂଗ୍ରେସ ଓ ୱାଇଏସଆର କଂଗ୍ରେସର ୪ ଜଣ । ସେହିପରି ଡିଏମକେ ଓ ବିଜେଡିରୁ ୩ ଜଣ, ଆମ ଆଦମି ପାର୍ଟିରୁ ୨ ଜଣ, ଆରଜେଡି, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି, ଏଆଇଏଡିଏମକେ, ଜେଏମଏମ, ଜେଡିୟୁ, ଏସପି ଓ ଆରଏଲଡିର ଜଣେ ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ କପିଲ ସିବଲ ସାମିଲ ରହିଛନ୍ତି ।

Related Posts