ସିତାପୁର ଜେଲରୁ ମୁକୁଳିଲେ ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ

ଲକ୍ଷ୍ନୌ: ଜେଲ ରୁ ବାହାରକୁ ଆସିଲେ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ | ସିତାପୁର ଜେଲରୁ ମୁକୁଳିଛନ୍ତି ମନ୍ତ୍ରୀ ଆଜମ ଖାନ | ଦୀର୍ଘ ୨୭ ମାସ ଜେଲ ରେ ରହିବା ପରେ ଆଜି ଜେଲରୁ ତାଙ୍କୁ ଖଲାସ କରାଯାଇଛି । ତାଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ସବୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି। ଗତକାଲି ରାତିରେ ଆଜମ ଖାନଙ୍କୁ ମୁକ୍ତ କରିବାର ଆଦେଶ ଆସିବା ପରେ ବିଳମ୍ବିତ ରାତିରେ ସିତାପୁର ଜେଲରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି ନେତା ସିପଓ୍ବାଲା ଯାଦବ ଓ ତାଙ୍କ ବଡ ପୁଅ ଅଦିବ ଆଜମ ।

ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଗତ ମେ’ ୧୦ ତାରିଖ ଦିନ ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସେ ଜେଲରୁ ବାହାରିବା ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି |

ଆଜି ସେ ଜେଲରୁ ବାହାରୁ ଥିବାରୁ ସକାଳୁ ତାଙ୍କ ସମର୍ଥକମାନେ ଭିଡ଼ ଜମାଇବା ଆରମ୍ଭ କରିଥିଲେ। ଆଜମ ଖାନ ଜେଲରୁ ବାହାରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ତାଙ୍କୁ ଜେଲରୁ ଆଣିବା ପାଇଁ ଅଖିଲେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଓ ଦୁଇ ଝିଅ ସୀତାପୁର ଯାଇଥିଲେ। ଆଜାମଙ୍କ ରିଲିଜ ସମ୍ପର୍କରେ ଶିବପାଲ ଯାଦବ କହିଛନ୍ତି, “ଏହା ନ୍ୟାୟର ବିଜୟ। ଏହା ଆଜମ ଖାନଙ୍କ ବିଜୟ। ଆମେ ସମସ୍ତେ ସମାଜବାଦୀ। ଆମେ ସମସ୍ତେ ସୁଖ ଦୁଃଖରେ ଏକାଠି ରହିବା କଥା ନେତାଜୀ(ମୁଲାୟମ ସିଂହ ଯାଦବ)ଙ୍କ ଠାରୁ ଶିଖିଛୁ।” ଅଖିଲେଶ ଯାଦବଙ୍କ ଉପରେ ସେ ଖପ୍ପା ଥିବା ପ୍ରଶ୍ନରେ ଶିବପାଲ କୌଣସି ପ୍ରକାରର ଦେଇନାହାନ୍ତି।

ଗୁରୁବାର ସୁପ୍ରିମକୋର୍ଟ ଆଜମ ଖାନଙ୍କୁ ୮୮ତମ ମାଲାରେ ଜାମିନ ଦେଇଥିଲେ। ଏହାପରେ ପିଏମ-ଏମଏଲ କୋର୍ଟରେ ରିଲିଜ୍‌ ଅର୍ଡର ପାଇଁ ଆଜମ ଖାନଙ୍କ ଓକିଲ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାମିନ ପାଇଁ ଆଜମ ଖାନଙ୍କ ଓକିଲ ୧ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚଲିକା ଦାଖଲ କରିଥିଲେ। ଏହାପରେ କୋର୍ଟ ବିଳମ୍ବିତ ରାତିରେ ରିଲିଜ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ। ଏହି ରିଲିଜ୍‌ ଅର୍ଡର ପରେ ଆଜି ସକାଳୁ ଜେଲରେ କାଗଜପତ୍ର କାମ ହୋଇଥିଲା। ଏହାପରେ ଆଜମ ଖାନ ଜେଲରୁ ବାହାରିଥିଲେ।

ସୂଚନାଯୋଗ୍ୟ, ଆଜମ ଖାନ ଜେଲରେ ୨୭ ମାସ ହେଲା ରହିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସେ ରାମପୁର(ସଦର) ଆସନରୁ ବିଜୟୀ ହୋଇଛନ୍ତି |

Related Posts