ମଦ ଦୋକାନ ଉପରେ ଗୋବର ଫିଙ୍ଗିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ

ଭୋପାଳ: ମଧ୍ୟପ୍ରଦେଶରେ ସମ୍ପୂର୍ଣ୍ଣ ମଦ ବନ୍ଦ ବ୍ୟାନ୍‌ ଦାବି କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ। ଏନେଇ ସେ ମଦ ଦୋକାନ ଉପରେ ଗୋବର ଫିଙ୍ଗିଛନ୍ତି ।

ମଙ୍ଗଳବାର ଓରଚାରେ ଥିବା
ଏକ ମଦ ଦୋକାନରେ ଉମା ଭରାତୀ ଗୋବର ଫିଙ୍ଗୁଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ନିଜେ ଉମା ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରି ସେ ଏପରି କାହିଁକି କଲେ ବୋଲି କାରଣ ଦର୍ଶାଇଛନ୍ତି। ଭିଡିଓରେ ଉମା ଦେଖନ୍ତୁ ମୁଁ ଗୋବର ଫିଙ୍ଗୁଛି ହେଲେ ପଥର ନୁହେଁ ବୋଲି କହୁଥିବାର ଶୁଣିବାକୁ ମିଳୁଛି।

ଉମା ଟ୍ୱିଟ୍ କରି କହିଛନ୍ତି ଯେ ପବିତ୍ର ସହରରେ ଏହି ମଦ ଦୋକାନ ଏକ କଳଙ୍କ। ଏଥିପାଇଁ ମୁଁ ଦୋକାନର ଛାତ ଉପରେ ପବିତ୍ର ଗୋବର ଛିଞ୍ଚିଛି। ଘଟଣାକୁ ନେଇ ଗୋଟି ପରେ ଗୋଟିଏ ଟ୍ୱିଟ୍ କରିଥିଲେ ଉମା। ସେ ଜାଣିବାକୁ ପାଇଥିଲେ ଯେ ଚଳିତ ବର୍ଷ ରାମ ନବମୀରେ ଦୀପୋତ୍ସବ କାର୍ଯ୍ୟରେ ମରେ ଓର୍ଚାରେ ୫ ଲକ୍ଷ ଦୀପ ଜଳାଯାଇଥିଲା। ଏହି ଦିନ ମଦ ଦୋକାନ ଖୋଲାଯାଇଥିଲା।

ବୁଧବାର ସେ ଟ୍ୱିଟ୍ କରି କହିଛନ୍ତି “ଗତକାଲି ମଙ୍ଗଳବାର ହନୁମାନଙ୍କ ବାର ଥିଲା ଓ ପୂର୍ଣ୍ଣିମା ବି ଥିଲା। ତେଣୁ ଠିକ୍ ଠାକ୍ ଠିକ୍ ସମୟରେ ଠିକ୍ ଜାଗାରେ କରାଗଲ। ମୁଁ ଏକ ମଦ ଦୋକାନରେ ଗୋବର ସିଞ୍ଚନ କଲି ଯେଉଁଠାରେ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିଲା।

Related Posts