ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ କେ ସଙ୍କରନାରାୟନନଙ୍କ ପରଲୋକ

ଆଖିବୁଝିଲେ ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ କେ ସଙ୍କରନାରାୟନନ | ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି | ଗତକାଲି କେରଳର ପାଲକ୍କଡାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିଲେ ସେ ।

ସେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ର ୧୬ ବର୍ଷ ଧରି ସଂଯୋଜକ ଦାୟିତ୍ବରେ ଥିଲେ । ସେ କେରଳରେ ଏକେ ଆଣ୍ଟୋନି ସରକାର ସମୟରେ ଅର୍ଥମନ୍ତ୍ରୀ ମଧ୍ୟ ହୋଇଥିଲେ । ମହାରାଷ୍ଟ୍ର ସମେତ ୬ଟି ରାଜ୍ୟରେ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ କେ ସଙ୍କରନାରାୟନନ । ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ । ଯେତେବେଳେ କେରଳରେ UDF କ୍ଷମତାରେ ଥିଲା ସେତେବେଳେ ସେ ବିରୋଧି ମୁସଲିମ ଲିଗ ଏବଂ କେରଳ କଂଗ୍ରେସ ମଣି ସହ ଉତ୍ତମ ସମ୍ପର୍କ ବଜାୟ ରଖିଥିଲେ । ତାଙ୍କର ଦେହାନ୍ତ ଖବର ପାଇବା ପରେ ଏକେ ଆଣ୍ଟୋନିଙ୍କ ସମେତ କେରଳର ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସମବେଦନା ଜଣାଇଛନ୍ତି ।

Related Posts