କଂଗ୍ରେସକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂଙ୍କ ଚେତାବନୀ: ଏହା ଆରମ୍ଭ ମାତ୍ର….!

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବିଧାନସଭା ନିର୍ବାଚନ ହାରିବା ପରେ ଏବେ ଦଳ ପାଇଁ ଚିନ୍ତା ବଢ଼ି ଯାଇଛି । ଦଳର ଚାରିଜଣ ପୂର୍ବତନ ମନ୍ତ୍ରୀ ଓ ପୁରୁଖା ନେତା ହାତ ଛାଡି ପଦ୍ମ ଧରିଚନ୍ତି । ତେବେ ଏହି ଚାରି ନେତା ପଦ୍ମ ଧରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ । ଏହାସହ କଂଗ୍ରେସକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, କଂଗ୍ରେସ ସରକାର ସମୟର ୪ ଜଣ ମନ୍ତ୍ରୀ ବିଜେପି ସାମିଲ ହୋଇଛନ୍ତି । ଡ.ରାଜ କୁମାର ଭେକ୍ରା, ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କାଙ୍ଗର ଏବଂ ସୁନ୍ଦେର ଶାମ ଅରୋରା ବିଜେପିରେ ସାମିଲେ ହୋଇଛନ୍ତି । ଚଣ୍ଡିଗଡ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସମସ୍ତେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ମୋହାଲିରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ବରବୀର ସିଂ ସିଦ୍ଧୁ କଂଗ୍ରେସ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ସେହିପରି ରାମପୁରା ପୋଲ ଆସନରୁ ତିନି ଥର ନିର୍ବାଚିତ ହୋଇଥିବା ଗୁରପ୍ରୀତ କାଙ୍ଗର କଂଗ୍ରେସ ସରକାରରେ ରାଜସ୍ୱ ମନ୍ତ୍ରୀ ଥିଲେ। ସେହିପରି ରାଜ କୁମାର ଭେକ୍ରା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ। ହୋସିୟାରପୁର ଆସନରୁ ପୂର୍ବତନ ବିଧାୟକ ସୁନ୍ଦେର ଶାମ ଅରୋରା କଂଗ୍ରେସ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ପୂର୍ବତନ କଂଗ୍ରେସ ବିଧାୟକ ବରନାଲା କେୱାଲ ସିଂ ଏବଂ ଶିରୋମଣି ଅକାଳୀ ଦଳ ବିଧାୟକ ସରୁପ ଚାନ୍ଦ ଶ୍ରୀଙ୍ଗଲା ଏବଂ ମୋହିନ୍ଦର କୌର ଜୋଶ ବିଜେପିରେ ସାମିଲ ହୋଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅମରିନ୍ଦର ସିଂ । ସେ କହିଛନ୍ତି ଯେ, ବିଜେପିରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭକାମନା । ସେମାନେ ସଠିକ୍ ପଦକ୍ଷେପ ନେଇଛନ୍ତି । ତେବେ ଏହା ଏକ ଆରମ୍ଭ ମାତ୍ର ବୋଲି ସେ କଂଗ୍ରେସକୁ ଚେତାଇଛନ୍ତି ।

Related Posts