ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ

 

ଭୁବନେଶ୍ୱର,୧୭/୧୦(ସତ୍ୟପାଠ ବ୍ୟୁରୋ):  କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ। ୭୮ ବର୍ଷ ବୟସରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଭାତଙ୍କ ଦେହାନ୍ତ ନେଇ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ସୂଚନା ଦେଇଛନ୍ତି।

ପ୍ରଭାତ କୁମାର ସାମନ୍ତରାୟ ୧୯୫୦ ମସିହାର ଅପ୍ରେଲ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ ସାଂସଦ ଭାବରେ ଦୁଇ ଦୁଇଥର ନିର୍ବାଚିତ ହୋଇଛନ୍ତି ପ୍ରଭାତ । ୧୯୯୮ ଓ ୧୯୯୯ରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ୧୨ଶ ଏବଂ ୧୩ଶ ଲୋକସଭାରୁ ନିର୍ବାଚିତ ହୋଇଥିଲେ ।

Related Posts