ପରଲୋକରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ୬୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଦେବେନ୍ଦ୍ର ।

କେନ୍ଦ୍ରାପଡ଼ା କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଦେବେନ୍ଦ୍ର ଶର୍ମା । ୨୦୧୪ ନିର୍ବାଚନରେ ଦେବେନ୍ଦ୍ର ଶର୍ମା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସର ଦୃଢ଼ ସଙ୍ଗଠକ ଥିବା ଦେବେନ୍ଦ୍ର ଅସୁସ୍ଥତା କାରଣରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ । ଦେବେନ୍ଦ୍ରଙ୍କ ବଦଳରେ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଅନ୍ୟପଟେ ଦେବେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କଂଗ୍ରେସର ଅନେକ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ବିୟୋଗ ଖବର ପାଇବା ପରେ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

Related Posts