ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କ ଗିରଫଦାରୀ ଉପରେ ରହିତାଦେଶ

ଚଣ୍ଡୀଗଡ଼ : ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସଙ୍କୁ ଅସ୍ବସ୍ତି | ଗିରଫଦାରୀ ଉପରେ ରୋକ ଲଗାଇଲେ ପଞ୍ଜାବ ଓ ହରିଆଣାର ଉଚ୍ଚ ନ୍ୟାୟାଳୟ | ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ସେ ଦେଇଥିବା ବୟାନକୁ ନେଇ ରୁଜୁ ହୋଇଥିଲା ମାମଲା | ଏହାପରେ ଆମ୍‌ ଆଦମୀ ପାର୍ଟିର ସଂସ୍ଥାପକ ସଦସ୍ୟ କୁମାର ବିଶ୍ୱାସ ପଞ୍ଜାବ ହରିଆଣା ଉଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଥିଲେ।

କୁମାର ବିଶ୍ୱାସ ହାଇକୋର୍ଟରେ ଯାଚିକା ଦାଖଲ କରିବା ସମୟରେ କହିଥିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନେଇ ଦିଆଯାଇଥିବା ବୟାନ୍‌କୁ ନେଇ ଏପ୍ରିଲ୍‌ ୧୨ରେ ରୋପଡ଼ରେ ଏତଲାରେ ଆଇନ୍‌ ପ୍ରକ୍ରିୟାକୁ ଉଲଙ୍ଘନ କରାଯାଇଛି।

ମୁମ୍ୱାଇରେ ଏକ ସାକ୍ଷାତକାର ଦେବା ସମୟରେ କୁମାର ବିଶ୍ୱାସ କହିଥିଲେ ତାଙ୍କ ବିରୁଦ୍ଧରେ ଏହି ଏତଲା ରୋପରରେ ଦାଖଲ କରାଯାଇଥିଲା। ସେ ଆହୁରି କହିଛନ୍ତି ଏହି ମାମଲାରେ ବିନା କୌଣସି ଯାଞ୍ଚରେ ଅତିଶୀଘ୍ର ଏତଲା ଦାଖଲ କରାଯାଇଛି । ଏପ୍ରିଲ ୧୨ ରେ ଦାଖଲ କରାଯାଇଥିବା ଏହି ଏତଲାର ନକଲ ତାଙ୍କୁ ୧୦ ଦିନ ପରେ ଏପ୍ରିଲ ୨୨ରେ ଅପରାହ୍ଣ ୩ଟା ସମୟରେ ଦିଆଯାଇଥିଲା। କୁମାର କହିଛନ୍ତି ଏହି ଏତଲା ତାଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାରେ କ୍ଷତି ପହଞ୍ଚାଉଛି । ଏପରି ଦାଖଲ କରାଯାଇଥିବା ଏତଲା ପରିସ୍କାର ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କବି ବିଶ୍ୱାସ ପ୍ରକାଶ କରିଛନ୍ତି ।

କୁମାର ବିଶ୍ୱାସଙ୍କ ସହିତ କେଜରୀୱାଲଙ୍କୁ ନେଇ ଯଡ଼ିତ ମାମଲାରେ ଓକିଲାତି କରିବା ପାଇଁ ପଞ୍ଜାବ ସରକାର ବରିଷ୍ଠ ଓକିଲ ପୁନୀତ ବାଲିଙ୍କୁ ନିଯୁକ୍ତ କରିଛନ୍ତି । ପଞ୍ଜାବରେ ଆଡଭୋକେଟ ଜେନାରାଲଙ୍କର ଏକ ଟିମ୍‌(ଦଳ) ଥିବା ସତ୍ତ୍ୱେ ମଧ୍ୟ ପଞ୍ଜାବ ସରକାର ଏହି ମାମଲା ପାଇଁ ବରିଷ୍ଠ ଓକିଲ ପୁନୀତ ବାଲିଙ୍କୁ ଚୟନ କରିଛନ୍ତି ।

Related Posts